ଜାରାକୁ ନେଇ ଅସନ୍ତୋଷ
ଅଭିନେତ୍ରୀ ତ୍ରିଶା କୃଷ୍ଣନ ପରିଚିତ ବ୍ରାଣ୍ଡ୍ 'ଜାରା'ର ହୋମ୍ ଡେଲିଭରି ସର୍ଭିସ୍ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦାବି କରିଛନ୍ତି ଯେ ଲଗାତାର ତୃତୀୟ ଥର ପାଇଁ ତାଙ୍କୁ ଜାରା ପକ୍ଷରୁ ଏମିତି କପଡ଼ା ପଠାଯାଇଛି ଯେଉଁଥିରୁ ଝାଳର ଦୁର୍ଗନ୍ଧ ଆସୁଥିଲା । ତେଣୁ ସେ ପ୍ୟାକ୍ କରିବା ପୂର୍ବରୁ କପଡ଼ାକୁ ଅନ୍ତତଃ ଶୁଙ୍ଘି ଦେଖିବାକୁ ବ୍ରାଣ୍ଡକୁ କଟାକ୍ଷ କରି ଅନୁରୋଧ କରିଛନ୍ତି। ତ୍ରିଶାଙ୍କର ଏହି ପୋଷ୍ଟଟି ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ତ୍ରିଶାଙ୍କ ୱର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ନିକଟରେ ସେ ଅଭିନେତା ସୂର୍ଯ୍ୟଙ୍କ ସହ ବ୍ଲକବଷ୍ଟର ଚଳଚ୍ଚିତ୍ର 'କରୁପ୍ପୁ'ରେ ନଜର ଆସିଥିଲେ । ଯେଉଁଥିରେ ସେ ଜଣେ ଓକିଲ ଭୂମିକାରେ ଅଭିନୟ କରିଥିଲେ । ଦର୍ଶକ ତ୍ରିଶାଙ୍କୁ ଏହି ଚରିତ୍ର ପାଇଁ ଖୁବ ଭଲପାଇବା ମଧ୍ୟ ଦେଇଥିଲେ । ସେହିଭଳି ବ୍ୟକ୍ତିଗତ ଜୀବନରେ ତାଙ୍କ ନା ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କ ସହ ଯୋଡାହେବା ପରେ ଖୁବ ଚର୍ଚ୍ଚାରେ ରହିଥିଲେ ।
Tags:




