ଦିଶାଙ୍କ ମିଷ୍ଟ୍ରି ମ୍ୟାନ
By: Ipsita
ସମ୍ବନ୍ଧିତ ଖବର ୨୦୧୬ଥିଲା ସମସ୍ୟା ବହୂଳ
ସବୁବେଳେ ନିଜ ଫିଲ୍ମ ଓ ଅଭିନୟକୁ ନେଇ ଲାଇମଲାଇଟରେ ରହୁଥିବା ଦିଶା ପଟାନୀ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଦିଶାଙ୍କର ମିଷ୍ଟ୍ରିମ୍ୟାନ ଲୋକଙ୍କ ଆଗକୁ ଆସିଛନ୍ତି । ନିକଟରେ ଦିଶା ଯୋଗଦେଇଥିବା ଏକ ବିବାହରେ ନିଜର ମିଷ୍ଟ୍ରି ମ୍ୟାନ ପଞ୍ଜାବି କଳାକାର ତାଲୱିନ୍ଦରଙ୍କ ସହ ନଜର ଆସିଥିଲେ । ଉଭୟ ହାତ ଧରାଧରି ହୋଇ ବୁଲୁଥିବାର ଦେଖିବାକୁ ମିଳିଥିଲା, ଯାହାପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ଦିନରୁ ଦିଶା କାହାକୁ ଡେଟ କରୁଛନ୍ତି ତାହା ନେଇ ଫ୍ୟାନଙ୍କ ମଧ୍ୟରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ମିଷ୍ଟ୍ରିମ୍ୟାନଙ୍କ ସମ୍ପର୍କରେ ଜଣା ପଡିବାପରେ ଫ୍ୟାନମାନେ ଅଭିନେତ୍ରୀଙ୍କ ଶୁଭେଚ୍ଛା ଦେଉଥିବା ଦେଖିବାକୁ ମିଳିଛି ।
ସମ୍ବନ୍ଧିତ ଖବର ଭୂମିଙ୍କ ନୂଆ ସିରିଜ
Tags:



