ଏଣ୍ଟ୍ରିକୁ ନେଇ ଚର୍ଚ୍ଚା

ଏଣ୍ଟ୍ରିକୁ ନେଇ ଚର୍ଚ୍ଚା
Ipsita Picture
By: Ipsita
Published On

 

ସଲମାନ ଖାନଙ୍କ ଆଗାମୀ ମାସି ଆକ୍ସନ ଫିଲ୍ମ 'SVC63' କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରେ ଏବେ ବଲିଉଡର  ଷ୍ଟାର ଅନିଲ କପୁରଙ୍କ ଏଣ୍ଟ୍ରିକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ନିର୍ଦ୍ଦେଶକ ବଂଶୀ ପୈଡିପାଲୀ ଏବଂ ପ୍ରଯୋଜକ ଦିଲ୍ ରାଜୁଙ୍କ ଏହି ମେଗା ପ୍ରୋଜେକ୍ଟରେ ସଲମାନ ଓ ନୟନତାରାଙ୍କ ସହ ଏବେ ଅନିଲ କପୁର ଏବଂ ଅରବିନ୍ଦ ସ୍ୱାମୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଅନିଲଙ୍କ ଏଣ୍ଟ୍ରି ଏହାକୁ ଏକ ନୂଆ ଆଙ୍ଗେଲ ଦେବ ବୋଲି ବର୍ତ୍ତମାନ ଆଲୋଚନା ଜାରି ରହିଛି । ରିପୋର୍ଟ ଅନୁଯାୟୀ, ଏହି ବହୁଭାଷୀ ଆକ୍ସନ ଥ୍ରୀଲରରେ ଅନିଲ କପୁରଙ୍କ ଉପସ୍ଥିତି ଫିଲ୍ମର କାଷ୍ଟକୁ ଆହୁରି ଦମଦାର କରିବ । ତେବେ ଏନେଇ ଟିମ୍ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ସୂଚନାଯୋଗ୍ୟ ଯେ, ଏହି ବଡ ବଜେଟର ସିନେମାର ସୁଟିଂ ଏପ୍ରିଲ ୧୪, ୨୦୨୬ ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ୨୦୨୭ରେ ରିଲିଜ ହେବାର ସମ୍ଭାବନା ରହିଛି ।

Tags: