ସମ୍ପତ୍ତିକୁ ନେଇ ଚର୍ଚ୍ଚା

ସମ୍ପତ୍ତିକୁ ନେଇ ଚର୍ଚ୍ଚା
Ipsita Picture
By: Ipsita
Published On

 

ନୀତେଶ ତିୱାରୀ ଏବଂ ନମିତ ମାଲହୋତ୍ରାଙ୍କ ବହୁପ୍ରତିକ୍ଷିତ ଚଳଚ୍ଚିତ୍ର 'ରାମାୟଣ: ପାର୍ଟ ୧'ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ଅଛନ୍ତି ଲୋକପ୍ରିୟ ଅଭିନେତା ରବି ଦୁବେ। ତେବେ ରବିଙ୍କର ଅଭିନୟ ସହିତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ଦେଖିବାକୁ ମିଳିଛି । ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରି ଟେଲିଭିଜନର ସୁପରଷ୍ଟାର ପାଲଟିଥିବା ରବି, ଏବେ ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ପତ୍ନୀ ସରଗୁନ୍ ମେହେଟ୍ଟାଙ୍କ ସହ ମିଶି ରବି ପ୍ରାୟ ୧୫୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ତେବେ ତାଙ୍କର ବ୍ୟକ୍ତିଗତ ନେଟ୍ ୱର୍ଥ ୭୦ ରୁ ୮୦ କୋଟି ଟଙ୍କା ବୋଲି ଆକଳନ କରାଯାଉଛି। ମୁମ୍ବାଇର ଗୋରେଗାଓଁରେ ୮ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ପେଣ୍ଟହାଉସ୍ ସହ ପଞ୍ଜାବ ଓ ଗୋଆରେ ମଧ୍ୟ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିଭଳି ଅନେକ ବିଳାସପୂର୍ଣ୍ଣ କାରର ମଧ୍ୟ ରବି ହେଉଛନ୍ତି ମାଲିକ । ଏହାସହ ନିଜର ପ୍ରଡକ୍ସନ ହାଉସ 'ଡ୍ରିମିୟାତା ଏଣ୍ଟରଟେନମେଣ୍ଟ' ଜରିଆରେ ମଧ୍ୟ ବେଶ୍ ସଫଳତା ପାଇଛନ୍ତି ରବି । ସୂଚନା ଅନୁଯାୟୀ, 'ରାମାୟଣ' ଚଳଚ୍ଚିତ୍ର ପାଇଁ ସେ ପ୍ରାୟ ୨ ରୁ ୪ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି । ଦୁଇଟି ଭାଗରେ ନିର୍ମିତ ହେବାକୁ ଥିବା ଏହି ମେଗା ଫିଲ୍ମର ପ୍ରଥମ ଭାଗ ୨୦୨୬ ଦୀପାବଳି ସମୟରେ ହଲକୁ ଆସିବାର ସମ୍ଭାବନା ରହିଛି ।

Tags: