ଫିଟ୍ନେସକୁ ନେଇ ଚର୍ଚ୍ଚା
ବଲିଉଡର ଫିଟ୍ଅଭିନେତାଙ୍କ ଭିତରେ ସବୁଠାରୁ ଆଗରେ ନାଁ ଆସିଥାଏ ହ୍ରିତିକ ରୋଶନଙ୍କର । ସେ ତାଙ୍କର ଫିଟ୍ନେସ ଓ ଲୁକ ପାଇଁ ସବୁବେଳେ ଫ୍ୟାନଙ୍କ ତାଲିକାରେ ଆଗରେ ରହିଥାଆନ୍ତି । ଅନେକ ତାଙ୍କୁ ନିଜ ଜୀବନରେ ଅନୁକରଣ ମଧ୍ୟ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ନିକଟରେ ହ୍ରିତିକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ହ୍ରିତିକ ଟ୍ରେକିଂ କରିଥିବାର ଦେଖିବାକୁ ମିଳୁଛି । ହ୍ରତିକ ଏହି ଟ୍ରିପରେ ଉତ୍ତରାଖଣ୍ଡ ଯାଇଛନ୍ତି ଯେଉଁଠାରେ ସେ ସ୍ଥାନୀୟ ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ ମଧ୍ୟ କରିଛନ୍ତି । ହ୍ରିତିକ ନିଜେ ସୋସିଆଲ ମିଡିଆରେ ଏହି ଟ୍ରେକିଂର ଭିଡିଓ ସେୟାର କରିବା ପରେ ଏହା ଅଧିକମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନମାନେ ତାଙ୍କ ଫିଟନେସର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ଯୁବ ପିଢିଙ୍କ ପାଇଁ ସେ ଯେପରି ଫିଟନେସ ଆଇକନ ପାଲଟିଯାଇଛନ୍ତି । ସମସ୍ତେ ତାଙ୍କର ଫିଟନେସକୁ ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି ।
Tags:




