ଡେଟିଂକୁ ନେଇ ଚର୍ଚ୍ଚା

ଡେଟିଂକୁ ନେଇ ଚର୍ଚ୍ଚା
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ସଞ୍ଜିଦା ଶେଖଙ୍କର ଏକ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟକୁ ଫ୍ୟାନମାନେ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ପୋଷ୍ଟ ସହିତ ତୁଳନା କରି ଉଭୟ ରିଲେସନ ସିପରେ ଥିବା କଥା ଆକଳନ କରୁଛନ୍ତି । ପୋଷ୍ଟ ଅନୁସାରେ ଉଭୟ ଷ୍ଟାର ଏକାଠି ଏକ ରିସର୍ଟରେ ସମୟ ବିତାଉଛନ୍ତି । ତେଣୁ ଉଭୟ ରିଲେସନ ସିପରେ ଥିବା ଏକପ୍ରକାର ସ୍ପଷ୍ଟ ହୋଇଛି ବୋଲି ଫ୍ୟାନମାନେ ମତ ଦେଉଛନ୍ତି । ଯଦିଓ ଦୁହିଁଙ୍କ ମଧ୍ୟରୁ କୌଣସି ଫଟୋରେ ସେମାନେ ଏକାଠି ନଜର ଆସିନାହାନ୍ତି, ତଥାପି ଏକା ସମାନ ଲୋକେସନ ଓ ବ୍ୟାକଗ୍ରାଉଣ୍ଡ ଥିବା ଏହି ପୋଷ୍ଟ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ସେମାନଙ୍କ ଆଫେୟାରକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶଯୋଗ୍ୟ ଯେ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ତୈଶରେ ଏକାଠି କାମ କରିଥିବା ସଞ୍ଜୀଦା ଓ ହର୍ଷବର୍ଦ୍ଧନ ପୂର୍ବରୁ ମଧ୍ୟ ଜଙ୍ଗଲ ସଫାରୀ ସମୟର ସମାନ ବ୍ୟାକଗ୍ରାଉଣ୍ଡ ଫଟୋକୁ ନେଇ ଡେଟିଂ ଖବର ପାଇଁ ଚର୍ଚ୍ଚାକୁ ଆସିଥିଲେ ।

Tags: