ବ୍ରେକଅପ ନେଇ ଚର୍ଚ୍ଚା 

ବ୍ରେକଅପ ନେଇ ଚର୍ଚ୍ଚା 
Ipsita Picture
By: Ipsita
Published On

 

ବଲିଉଡ୍ ଅଭିନେତା ଇଶାନ୍ ଖଟ୍ଟର ଏବଂ ମଡେଲ୍ ଚାନ୍ଦିନୀ ବେଞ୍ଜଙ୍କର ବ୍ରେକଅପ ହେଇଥିବାନେଇ ଖବର ମିଳିଛି । ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ସମୟରୁ ଅଧିକ ସମୟ ପାଇଁ ରିଲେସନସିପରେ ଥିବା ଉଭୟ ଆପୋଷ ବୁଝାମଣାର ସହ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ଇଶାନ୍ କିମ୍ବା ଚାନ୍ଦିନୀ କେବେବି ନିଜ ସମ୍ପର୍କକୁ ନେଇ ଆନୁଷ୍ଠାନିକ ଭାବେ କିଛି ପ୍ରକାଶ କରିନଥିଲେ, ତଥାପି ବିଭିନ୍ନ ସ୍ଥାନରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଥିଲା । ଯାହା ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ସୂଚନା ଅନୁଯାୟୀ, ଇଶାନ୍ ଏବେ  ସିଙ୍ଗଲ୍ ରହି ନିଜ କାମ ଉପରେ ସମ୍ପୂର୍ଣ୍ଣ ମନୋନିବେଶ କରୁଛନ୍ତି । ୩୦ ବର୍ଷୀୟ ଇଶାନ୍ ଆସନ୍ତା ସେପ୍ଟେମ୍ବର ୨୦୨୬ରୁ ତାଙ୍କର ଲୋକପ୍ରିୟ ସିରିଜ୍ 'ଦି ରୋୟାଲ୍ସ' ର ଦ୍ୱିତୀୟ ସିଜନ୍ ସୁଟିଂ ଆରମ୍ଭ କରିବାକୁ ଯାଉଥିବାବେଳେ, 'ଗୁଲ୍ଲକ' ଖ୍ୟାତ ନିର୍ଦ୍ଦେଶକ ପଲାଶ ବାସୱାନୀଙ୍କ ଆଗାମୀ ଆକ୍ସନ୍ କମେଡି ଫିଲ୍ମ 'ଜୁଗାଡୁ' ରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

 

Tags: