ପ୍ରଥମ ବ୍ରେକ ମିଳିବା କଷ୍ଟ

ପ୍ରଥମ ବ୍ରେକ ମିଳିବା କଷ୍ଟ
Ipsita Picture
By: Ipsita

ଅଭିନେତ୍ରୀ ବର୍ତ୍ତିକା ସିଂ ମଡେଲିଂ ଓ ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ଜରିଆରେ ହିଁ ନିଜ ଅଭିନୟର ଆରମ୍ଭ କରିଥିଲେ । ଅନେକ ଅଡିସନ ଦେବା ପରେ ତାଙ୍କୁ ହକ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ତେବେ ତାଙ୍କର ଏହି ଡେବ୍ୟୁ ଫିଲ୍ମ ପଛରେ ଅନେକ ସଂଘର୍ଷ ଲୁଚି ରହିଛି । ନିକଟରେ ଏକ ସାକ୍ଷାତକାରରେ ଏନେଇ ମନଖୋଲି କଥା ହୋଇଛନ୍ତି ବର୍ତ୍ତିକା । ମିସ ଇଣ୍ଡିଆ ଜିତିବା ପରେ ବି ଅଭିନେତ୍ରୀ ହେବାର ସୁଯୋଗ ମିଳିନଥାଏ । ଏପରି ନୁହେଁ କି ତୁମେ ବିଜେତା ହେବାର ସଙ୍ଗେସଙ୍ଗେ ତୁମକୁ କୌଣସି ବଡ ପ୍ରୋଜେକଫ ମିଳିଯିବ । ଏଥିପାଇଁ ଖୁବ ପରିଶ୍ରମ କରିବାକୁ ପଡିଥାଏ । ତାଙ୍କୁ ମଧ୍ୟ ସେହିଭଳି ସଂଘର୍ଷ କରିବାକୁ ପଡିଛି । ଅନେକ ସ୍ଥାନରେ ତାଙ୍କୁ ପ୍ରତ୍ୟାଖାନ କରାଯାଇଛି । ହେଲେ ସେ ଏହି ସବୁ ପରିସ୍ଥିତିରେ କେବେ ବି ଭାଙ୍ଗି ପଡିନଥିଲେ । ଅଭିନୟ ପାଇଁ ଥିବା ଭଲପାଇବା ସବୁବେଳେ ତାଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେଉଥିଲା । ଅନେକଥର ଅଡିସନ ଦେବାପରେ ଯାଇ ତାଙ୍କୁ ହକ୍‌ରେ କାମ କରିବାର ସୁଯୋଗ ମିଳିଲା । ସେହିଭଳି ଏହି ଫିଲ୍ମର ସୁଟିଂ ତାଙ୍କ ପାଇଁ ଖୁବ ସ୍ମରଣୀୟ । ଏହି ସେଟରେ ସେ ଅନେକ କିଛି ଶିଖିଛନ୍ତି । ଇମ୍ରାନ ହାସମୀ ଓୟାମୀ ଗୌତମଙ୍କ ପାଖରୁ ସେ ଅନେକ କିଛି ଶିଖିଥିବା ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର ମଲିଉଡ଼ ଅଭିନେତା ଦିଲ୍ଲୀପ ନିର୍ଦ୍ଦୋଷରେ ଖଲାସ

Tags: