ଧୁରନ୍ଧର  ଅଭିନେତ୍ରୀ ସୌମ୍ୟା

ଧୁରନ୍ଧର  ଅଭିନେତ୍ରୀ ସୌମ୍ୟା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବଦଳି ଯାଇଥିଲା ସ୍କ୍ରିପ୍ଟ

ସମ୍ବନ୍ଧିତ ଖବର ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି

ନିକଟରେ ଧୁରନ୍ଧର ଫିଲ୍ମର ସମସ୍ତ କଳାକାର ଖୁବ ଚର୍ଚ୍ଚାରେ ରହିଛନ୍ତି, ଯେଉଁ ତାଲିକାରେ ସାମିଲ ଅଛନ୍ତି ସୌମ୍ୟା ଟଣ୍ଡନ । ଫିଲ୍ମରେ ସୌମ୍ୟାଙ୍କର ଚରିତ୍ର ଓ ଅଭିନୟ ଖୁବ ପ୍ରଭାବଶାଳୀ ରହିଛି, ଯାହାକୁ ଦର୍ଶକଙ୍କ ସହିତ ସମୀକ୍ଷକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର ହଟିଲା କଟକଣା,ଏଣିକି ମଞ୍ଚ ଚଢ଼ିବେ ପିୟୁଷ

 

ସୌମ୍ୟା ଟଣ୍ଡନଙ୍କୁ ୨୦୨୫ର ବହୁ ପ୍ରତିକ୍ଷିତ ସ୍ପାଏ-ଥ୍ରୀଲର ଚଳଚ୍ଚିତ୍ର ଧୁରନ୍ଧରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା ।  ଏହି ଚଳଚ୍ଚିତ୍ରରେ ସେ 'ଉଲ୍ଫତ୍'  ନାମକ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ କି ମୁଖ୍ୟ ଖଳନାୟକ ରେହମାନ ଡକାୟତ ବା ଅକ୍ଷୟ ଖାନ୍ନାଙ୍କ ପତ୍ନୀ । ଯଦିଓ ଏହା ଏକ କ୍ଷୁଦ୍ର ଭୂମିକା, କିନ୍ତୁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଗମ୍ଭୀର । ସୌମ୍ୟାଙ୍କ ଅନୁଯାୟୀ, ଦର୍ଶକମାନେ ତାଙ୍କୁ ସବୁବେଳେ ହସଖୁସି ଏବଂ ଚଳଚଞ୍ଚଳ ଭୂମିକାରେ ଦେଖିଛନ୍ତି, କିନ୍ତୁ 'ଧୂରନ୍ଧର'ରେ ସେ ଜଣେ ଭାବପ୍ରବଣ ଏବଂ ଦୃଢ଼ମନା ମହିଳା ଭାବେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ରଣବୀର ସିଂ ଏବଂ ଅକ୍ଷୟ ଖାନ୍ନାଙ୍କ ପରି ବଡ଼ କଳାକାରଙ୍କ ସହ ସେ ପରଦା ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଅଭିନୟ ଉଚ୍ଚ ପ୍ରଶଂସିତ ହୋଇଛି । ଭାରତୀୟ ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ସୌମ୍ୟା ଟଣ୍ଡନ । ସେ କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି, ବରଂ ଜଣେ ସଫଳ ଉପସ୍ଥାପିକା ଏବଂ କବୟିତ୍ରୀ ଭାବରେ ମଧ୍ୟ ପରିଚିତ । ନିଜର ଚମତ୍କାର ଅଭିନୟ ଏବଂ ବ୍ୟକ୍ତିତ୍ୱ ପାଇଁ ସେ ଘରେ ଘରେ ଗୋରୀ ମେମ୍ନାମରେ ବେଶ୍ ଲୋକପ୍ରିୟ । ସୌମ୍ୟା ଟଣ୍ଡନଙ୍କ ଜନ୍ମ ୩ ନଭେମ୍ବର ୧୯୮୪ରେ ମଧ୍ୟପ୍ରଦେଶର ଭୋପାଳଠାରେ ହୋଇଥିଲା । ତାଙ୍କ ପିତା ବି.ଜି. ଟଣ୍ଡନ ଜଣେ ପ୍ରଫେସର ଏବଂ ଲେଖକ ଥିଲେ, ଯାହାଙ୍କ ଦ୍ୱାରା ସେ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ସୌମ୍ୟା ତାଙ୍କ ଶିକ୍ଷା ଉଜ୍ଜୟିନୀରୁ ସମାପ୍ତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏମବିଏ ଡିଗ୍ରୀ ହାସଲ କରିଥିଲେ । ନିଜର କ୍ୟାରିୟର ସେ ମଡେଲିଂରୁ ଆରମ୍ଭ କରିଥିଲେ । ୨୦୦୬ ମସିହାରେ ସେ 'ଫେମିନା କଭର ଗର୍ଲ' ପ୍ରତିଯୋଗିତାରେ ରନର୍-ଅପ୍ ହୋଇ ଚର୍ଚ୍ଚାକୁ ଆସିଥିଲେ । ନିଜ କ୍ୟାରିୟର ଗଢ଼ିବା ପାଇଁ ସେ ଅନେକ ପରିଶ୍ରମ କରିଥିଲେ ଏବଂ ଟେଲିଭିଜନରେ ଜଣେ ଉପସ୍ଥାପିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସୌମ୍ୟା ଟଣ୍ଡନଙ୍କ କ୍ୟାରିୟରର ସବୁଠାରୁ ସଫଳ ଏବଂ ସ୍ମରଣୀୟ ପ୍ରକଳ୍ପ ହେଉଛି ଲୋକପ୍ରିୟ କମେଡି ଧାରାବାହିକ 'ଭାବିଜୀ ଘର ପର୍ ହୈ' । ଏହି ଶୋରେ ସେ 'ଅନିତା ବିଭୂତି ନାରାୟଣ ମିଶ୍ର' ବା 'ଗୋରୀ ମେମ୍' ଭୂମିକାରେ ଅଭିନୟ କରି ଭାରତର ପ୍ରତ୍ୟେକ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।  ଏହା ବ୍ୟତୀତ, ସେ ବଲିଉଡର ସୁପରହିଟ୍ ଚଳଚ୍ଚିତ୍ର ଯବ୍ ୱି ମେଟ୍ ରେ ରୂପ୍ ଚରିତ୍ରରେ ଅଭିନୟ କରି ନିଜର ଦକ୍ଷତା ପ୍ରମାଣିତ କରିଥିଲେ । ଟେଲିଭିଜନ ଜଗତରେ ଜଣେ ସଫଳ ଉପସ୍ଥାପିକା ଭାବରେ ସେ 'ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ' ଏବଂ 'ଜୋର୍ କା ଝଟ୍କା: ଟୋଟାଲ୍ ୱାଇପ୍ଆଉଟ୍' ପରି ବଡ଼ ରିଆଲିଟି ଶୋଗୁଡ଼ିକୁ ଅତି ନିପୁଣତାର ସହ ପରିଚାଳନା କରିଥିଲେ, ଯାହା ତାଙ୍କୁ ଜଣେ ବହୁମୁଖୀ ପ୍ରତିଭା ଭାବେ ପ୍ରତିଷ୍ଠିତ କରିଥିଲା । ଆଗକୁ ସେ ଆହୁରି ଭଲଭଲ ପ୍ରୋଜେକ୍ଟରେ କାମ କରିବାକୁ ଆଶା ରଖିଛନ୍ତି ।

Tags: