ରୋମାନ୍ସ କରିବେ ଧନୁଷ
'ତେରେ ଇସ୍କ ମେଁ'ର ସଫଳତା ପରେ ନିର୍ଦ୍ଦେଶକ ଆନନ୍ଦ ଏଲ୍. ରାୟ ପୁଣି ଏକ ବଡ଼ ଧରଣର ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ଯେଉଁଥିରେ ସେ କ୍ରିତି ସାନନ ଏବଂ ଧନୁଷଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି । ରିପୋର୍ଟ ଅନୁଯାୟୀ, ଧନୁଷ ଓ କ୍ରିତିଙ୍କୁ ଏହି ଫିଲ୍ମରେ ରୋମାନ୍ସ କରୁଥିବାର ଦର୍ଶକ ଦେଖିବେ । ଏହି ଫିଲ୍ମର ସ୍କ୍ରିପ୍ଟ ପଢିବା ପରେ ଉଭୟ କ୍ରିତି ଓ ଧନୁଷ ରାଜି ହୋଇଛନ୍ତି । ତେବେ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରାଯିବ ବୋଲି ଜଣାପଡିଛି । ସେହିଭଳି ପୁରା ଟିମ ଏହି ଫିଲ୍ମକୁ ନେଇ ଖୁବ ଆଶାବାଦୀ ଅଛନ୍ତି । ଫିଲ୍ମଟି ଦର୍ଶକଙ୍କର ଚାହିଦାକୁ ଦେଖି ନିର୍ମାଣ କରାଯାଇଛି । ସେହିଭଳି କ୍ରିତି ଓ ଧୁନୁଷ ଏକାଠି ଆସୁଥିବାରୁ ଫିଲ୍ମଟି ଉଭୟ ସାଉଥ ଓ ବଲିଉଡ ଇଣ୍ଡଷ୍ଟ୍ରୀର ଦର୍ଶକଙ୍କ ମନକୁ ଛୁଇଁବ, ଯାହା ଏହାକୁ ବ୍ଲକବଷ୍ଟର କରିବାରେ ସହାୟକ ହେବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି ।
Tags:



