ଧନୁଷଙ୍କ ନୂଆ ସିନେମା
ବହୁ ପ୍ରତୀକ୍ଷା ପରେ ଧନୁଷଙ୍କ ଅଭିନୀତ ବହୁଚର୍ଚ୍ଚିତ ଚଳଚ୍ଚିତ୍ର 'ଓ.ଏମ୍'ର ଟ୍ରେଲର ରିଲିଜ ହୋଇଛି । ଯାହା ଧନୁଷଙ୍କ ଫ୍ୟାନଙ୍କ ଭିତରେ ଖୁବ ଭାଇରାଲର ହେବାରେ ଲାଗିଛି । ରକ୍ତଚନ୍ଦନ କାଠ ଚୋରା ଚାଲାଣର ଅପରାଧ ଦୁନିଆ ଉପରେ ଆଧାରିତ ଏହି ଟ୍ରେଲରରେ ଧନୁଷଙ୍କୁ ଜଣେ କାଠୁରିଆ ଭୂମିକାରେ ଦେଖିବାକୁ ମିଳିଛି । ଯିଏ ପରିସ୍ଥିତିରେ ପଡ଼ି ଏହି ଭୟଙ୍କର ଗ୍ୟାଙ୍ଗ୍ ମଧ୍ୟକୁ ଟାଣି ହୋଇଯାଇଛନ୍ତି । ଅନ୍ୟପଟେ ଅଭିନେତ୍ରୀ ସାଇ ପଲ୍ଲବୀ ଏଥିରେ 'ଅପରେସନ୍ ମୋଲ୍'ର ନେତୃତ୍ୱ ନେଉଥିବା ଜଣେ ସଚ୍ଚୋଟ, ତଥା ଅଭିଜ୍ଞ ଯୁବ ଅଫିସର ନିତ୍ୟା ରେଡ୍ଡୀଙ୍କ ଦମ୍ଦାର ଭୂମିକାରେ ନଜର ଆସିଛନ୍ତି । ଏହି ଟ୍ରେଲରର ସବୁଠାରୁ ବଡ଼ ଆକର୍ଷଣ ସାଜିଛନ୍ତି ମାଲାୟାଲମ୍ ସୁପରଷ୍ଟାର ମାମୁଟି, ଯିଏ ଏହି ବେଆଇନ କାରବାରକୁ ନିୟନ୍ତ୍ରଣ କରୁଥିବାର ଦେଖାଯାଇଛି । ଏହା ବ୍ୟତୀତ ଭେଟେରାନ୍ ଅଭିନେତା ନସିରୁଦ୍ଦିନ ଶାହଙ୍କୁ ମଧ୍ୟୟ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ । ଏଥିରେ ଧନିଷଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ ଶ୍ରୀଲୀଲାଙ୍କୁ ଦେଖିବାକୁ ମିଳୁଛି । ଶ୍ରୀଲୀଲାଙ୍କୁ ଏଥିରେ ଏକ ହଟକେ ଚରିତ୍ରରେ ଦେଖିବାକୁ ମିଳୁଛି । ଫିଲ୍ମର ନିର୍ଦ୍ଦେଶନା ପରିଚିତ ନିର୍ଦ୍ଦେଶକ ରାଜକୁମାର ପେରିୟାସାମୀ ଦେଇଥିବା ଜଣାପଡିଛି । ଦମ୍ଦାର ଆକ୍ସନ୍, ଶକ୍ତିଶାଳୀ ଅଭିନୟ ଓ ରୋମାଞ୍ଚକର କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମାଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବବୋଲି ପୁରା ଟିମ ଆଶା ରଖିଛନ୍ତି । ଫିଲ୍ମଟି ଆସନ୍ତା ନଭେମ୍ବର ୨୦, ୨୦୨୬ରେ ରିଲିଜ ହେବାନେଇ ଯୋଜନା ରହିଛି ।




