ଦେବୋଲିନାଙ୍କ ଜବାବ

ଦେବୋଲିନାଙ୍କ ଜବାବ
Ipsita Picture
By: Ipsita
Published On

 

ସ୍ୱାଭିମାନଦେଶ୍ ମେଁ ନିକଲା ହୋଗା ଚାନ୍ଦଭଳି ଚର୍ଚ୍ଚିତ ଧାରାବାହିକରେ ଅଭିନୟ କରି ମଧ୍ୟ ଟେଲିଭିଜନ ଇଣ୍ଡଷ୍ଟ୍ରୀକୁ କଟାକ୍ଷ କରିଛନ୍ତି ଅଭିନେତା ରୋହିତ ରୋୟ । ନିକଟରେ ଏକ ସାକ୍ଷାତକାରରେ ସେ ଟେଲିଭିଜନ ଶିଳ୍ପକୁ ଡଷ୍ଟବିନ୍ ମିଡିଅମବୋଲି ମତ ଦେଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ ଆଜିକାଲି ଟିଭିରେ ପୁନରାବୃତ୍ତି କାହାଣୀ ଯୋଗୁଁ ସୃଜନଶୀଳତାର ଅଭାବ ଦେଖାଦେଇଛି । ଏହାସହ ଫିଲ୍ମ ଷ୍ଟାରଙ୍କ ତୁଳନାରେ ଟିଭି କଳାକାରମାନଙ୍କ ପାଖରେ ଶାଳୀନତା, ଗ୍ରେସ୍, ଓ ଷ୍ଟାଇଲର ଅଭାବ ରହିଛି। ଯାହା ସେମାନେ ପାପାରାଜିଙ୍କ ସାମ୍ନାରେ ଆଟେନ୍ସନ୍ ପାଇବା ପାଇଁ ଅଜବ ବ୍ୟବହାର କରିବା ଓ ପୋଷାକ ପରିଧାନରୁ ସ୍ପଷ୍ଟ ଜଣାପଡ଼େବୋଲି ସେ ମତ ଦେଇଛନ୍ତି । ରୋହିତଙ୍କ ଏହି ବକ୍ତବ୍ୟକୁ ଟିଭି ଇଣ୍ଡଷ୍ଟ୍ରୀର ଅନେକ କଳାକାର ନାପସନ୍ଦ କରିଛନ୍ତି ।  ବିଶେଷକରି ସାଥ୍ ନିଭାନା ସାଥିୟାଫେମ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ରୋହିତଙ୍କୁ କଠୋର ଭାବେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ମାଧ୍ୟମ ଜଣକୁ ପରିଚୟ, ସମ୍ମାନ ଓ ଜୀବିକା ଦେଇଛି, ତାକୁ ଏପରି ନିନ୍ଦା କରିବା ବେଶ୍ ଅକୃତଜ୍ଞତାର ପରିଚୟ । ଏପରିକି ଅନେକ ଲୋକ ରୋହିତଙ୍କୁ କେବଳ ଅଭିନେତା ରୋନିତ ରୟଙ୍କ ଭାଇ ଭାବେ ଜାଣନ୍ତି ବୋଲି ଦେବୋଲିନା କଟାକ୍ଷ କରିଛନ୍ତି । ସେହିଭଳି ରୋହିତଙ୍କୁ ଦେବୋଲିନା ପ୍ରଶ୍ନ କରିଛନ୍ତି ଯେ ଯଦି ଟିଭି ଏତେ ଖରାପ, ତେବେ ସେ ବର୍ଷ ବର୍ଷ ଧରି ଏଥିରେ କାହିଁକି କାମ କରୁଥିଲେ ? ଦେବୋଲିନା ଟେଲିଭିଜନକୁ ନିଜର ଘରବୋଲି କହିବା ସହ ମନେପକାଇ ଦେଇଛନ୍ତି ଯେ ବଡ଼ ବଡ଼ ବଲିଉଡ୍ ତାରକାମାନେ ମଧ୍ୟ ନିଜ ଫିଲ୍ମର ପ୍ରଚାର ଓ ରିଆଲିଟି ସୋପରିଚାଳନା ପାଇଁ ନିୟମିତ ଟିଭି ମାଧ୍ୟମର ସାହାରା ନେଇଥାନ୍ତି ।

Tags: