ଦେବୋଲିନାଙ୍କ ଖୁସି
ପ୍ରସିଦ୍ଧ ଧାରାବାହିକ 'ସାଥ୍ ନିଭାନା ସାଥିଆ'ର ଗୋପୀ ବହୁ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି । ନିଜ ସୋସିଆଲ ମିଡିଆ ପୋଷ୍ଟରେ ବଙ୍ଗଳାରେ ଘଟିଥିବା ରାଜନୈତିକ ପରିବର୍ତ୍ତନ ଆସିଥିବାରୁ ଖୁସି ବ୍ୟକ୍ତ କରିବା ସହ ସେ ମମତାଙ୍କୁ ପ୍ରଦେଶ ପାଇଁ ଏକ 'ଖରାପ ସ୍ୱପ୍ନ' ଭାବେ ଅଭିହିତ କରିଛନ୍ତି । ମମତାଙ୍କୁ ନାପସନ୍ଦ ରାଜନେତା ବୋଲି ମଧ୍ୟ ଦେବୋଲିନା ମତ ବ୍ୟକ୍ତ କରିଛନ୍ତି । ଦେବୋଲିନା ଟ୍ୱିଟରରେ ଲେଖିଛନ୍ତି ଯେ ବଙ୍ଗଳା ଗତ କିଛି ବର୍ଷ ଧରି ସବୁଠାରୁ ଖରାପ ସମୟ ଦେଇ ଗତି କରୁଥିଲା । ଏବେ ପରିବର୍ତ୍ତନର ଆବଶ୍ୟକତା ପୂରଣ ହୋଇଛି । ମମତାଙ୍କୁ ସିଧାସଳଖ 'ଟାଟା' କହି ଏଣିକି ବଙ୍ଗଳାରେ କେବଳ 'ଢିଙ୍କା ଚିକା' ଚାଲିବ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦୨୨ରେ ଶନୱାଜ ଶେଖଙ୍କୁ ବିବାହ କରିଥିବା ଦେବୋଲିନା ୨୦୨୪ ଡିସେମ୍ବରରେ ଏକ ପୁତ୍ର ସନ୍ତାନ 'ଜୟ'ଙ୍କୁ ଜନ୍ମ ଦେବା ପରେ ବର୍ତ୍ତମାନ ଅଭିନୟରୁ ବିରତି ନେଇ ପରିବାର ସହ ସମୟ ବିତାଉଛନ୍ତି ।



