ଆଇଏଏସ୍‌ ପାଇଁ ଥିଲା ଇଚ୍ଛା

ବି-ଟାଉନ୍‌ର ଜଣେ ସଫଳ ଆକ୍ଟ୍ରେସ ୟାମୀ ଗୌତମ ନିକଟରେ ତାଙ୍କର ୩୫ ତମ ଜନ୍ମଦିବସ ପାଳନ କରିଛନ୍ତି । ଏହି ଅବସରରେ ସେ ଏକ ସାକ୍ଷାତକାରେ ତାଙ୍କର ସ୍ୱପ୍ନ ବିଷୟରେ ଖୁଲାସା କରିଛନ୍ତି । ସିନେ କଳାକାର ପରିବର୍ତ୍ତେ ତାଙ୍କର ଆଇଏଏସ୍‌ ହେବା ପାଇଁ ପ୍ରଥମରୁ ଇଚ୍ଛା ଥିଲା ବୋଲି ସେ କହିଛନ୍ତି । ହେଲେ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ଧୀରେ ଧୀରେ ତାଙ୍କର ଆଗ୍ରହ ବଦଳିବାରେ ଲାଗିଲା । ଯାହାଫଳରେ ସେ ଆଜି ଜଣେ ସଫଳ […]

Samaya Live Picture
Published On

ବି-ଟାଉନ୍‌ର ଜଣେ ସଫଳ ଆକ୍ଟ୍ରେସ ୟାମୀ ଗୌତମ ନିକଟରେ ତାଙ୍କର ୩୫ ତମ ଜନ୍ମଦିବସ ପାଳନ କରିଛନ୍ତି । ଏହି ଅବସରରେ ସେ ଏକ ସାକ୍ଷାତକାରେ ତାଙ୍କର ସ୍ୱପ୍ନ ବିଷୟରେ ଖୁଲାସା କରିଛନ୍ତି । ସିନେ କଳାକାର ପରିବର୍ତ୍ତେ ତାଙ୍କର ଆଇଏଏସ୍‌ ହେବା ପାଇଁ ପ୍ରଥମରୁ ଇଚ୍ଛା ଥିଲା ବୋଲି ସେ କହିଛନ୍ତି । ହେଲେ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ଧୀରେ ଧୀରେ ତାଙ୍କର ଆଗ୍ରହ ବଦଳିବାରେ ଲାଗିଲା । ଯାହାଫଳରେ ସେ ଆଜି ଜଣେ ସଫଳ ଅଭିନେତ୍ରୀ ହୋଇପାରିଥିବା ୟାମୀ କହିଛନ୍ତି । ତେବେ ୱାର୍କଫ୍ରଣ୍ଟ୍‌ ବିଷୟରେ କହିବାକୁ ଗଲେ ଶେଷଥର ପାଇଁ ତାଙ୍କୁ ଓଏମ୍‌ଜି ୨ରେ ଦେଖିବାକୁ ମିଳିଥିଲା । ଏଥିରେ ସେ ଜଣେ ଓକିଲ ଭୂମିକାରେ ନଜର ଆସିଥିଲେ । ୟାମୀଙ୍କ ବ୍ୟତୀତ ଏଥିରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ, ଅରୁଣ ଗୋଭିଲ୍‌ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ସନମ୍‌ ରେ,କାବିଲ୍‌,ଏ ଥର୍ସ୍‌ଡେ, ଉରୀ-ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌, ବାଲା ଆଦି ଭଳି ଅନେକ ଫିଲ୍ମରେ ମଧ୍ୟ ସେ ନିଜର ସଫଳତାର ପ୍ରଦର୍ଶନ କରିଛନ୍ତି ।

Tags: