ଓସ୍କାର ପାଇଁ ଦାବି

ଓସ୍କାର ପାଇଁ ଦାବି
Ipsita Picture
By: Ipsita


ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ଧୁରନ୍ଧର ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଏଥିରେ ଲିଡ୍‌ ରୋଲରେ ଅଭିନୟ କରିଛନ୍ତି ଅଭିନେତା ରଣବୀର ସିଂ ଏବଂ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ ଖାନା । ତେବେ ରଣବୀରଙ୍କ ଚରିତ୍ର ସହିତ ଅକ୍ଷୟଙ୍କ ଚରିତ୍ରକୁ ଦର୍ଶକ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ଅକ୍ଷୟଙ୍କ ଅଭିନୟ ପାଇଁ ଓସ୍କାରର ଦାବି ମଧ୍ୟ କରାଯାଉଛି । ଅକ୍ଷୟଙ୍କୁ ଓସ୍କାର ପୁରସ୍କାର ପାଇଁ ଫରହାଖାନ ଦାବି କରିଛନ୍ତି । ଏନେଇ ସେ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରି ଦାବି କରିଛନ୍ତି । ଫିଲ୍ମରେ ଅକ୍ଷୟ ଖାନାଙ୍କୁ ରେହମାନ ଡକୈତ ଚରିତ୍ରରେ ଦେଖିବାକୁ ମିଳିଛି । ତେବେ ଏହି ଦାବି କେବଳ ଫରହା ଖାନ୍‌ ନୁହେଁ ବରଂ ଅକ୍ଷୟଙ୍କ ଫ୍ୟାନମାନେ ମଧ୍ୟ ସୋସିଆଲ ମିଡିଆରେ କରିବାରେ ଲାଗିଛନ୍ତି । ଏହି ଫିଲ୍ମରେ ଅକ୍ଷୟଙ୍କ ଚରିତ୍ରକୁ ଆହୁରି ଖାସ କରିବା ପାଇଁ ଏକ ଆରବ ଭାଷାରେ ଗୀତ ମଧ୍ୟ ସୁଟିଂ କରାଯାଇଛି । ଏହି ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ ହେଉଥିବା ଦେଖିବାକୁ ମିଳୁଛି । ସମସ୍ତେ ଗୀତଟିକୁ ନେଇ ରିଲ୍ସ ତିଆରି କରିବା ସହିତ ଟ୍ରେଣ୍ଡରେ ରଖିଛନ୍ତି ।

ସମ୍ବନ୍ଧିତ ଖବର ଚର୍ଚ୍ଚାରେ ରଣବୀର

Tags: