ସୁଟିଂକୁ ଫେରିବେ ଦୀପିକା

ସୁଟିଂକୁ ଫେରିବେ ଦୀପିକା
Ipsita Picture
By: Ipsita
Published On

 

ଖୁବଶୀଘ୍ର ସୁଟିଂକୁ ଫେରିବେ ଦୀପିକା ପାଦୁକୋନ । ସୂଚନା ଅନୁସାରେ ଦୀପିକା ପାଦୁକୋନ ନିଜର ଦ୍ୱିତୀୟ କନ୍ୟା ସନ୍ତାନକୁ ଜନ୍ମ ଦେବାର ମାତ୍ର ୩୬ ଦିନ ପରେ ପୁଣି ଥରେ କାମକୁ ଫେରୁଛନ୍ତି । ଅକ୍ଟୋବର ୨୬ ରୁ ମୁମ୍ବାଇଠାରେ ଶାହରୁଖ ଖାନ୍‌ଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'କିଙ୍ଗ୍'ର ଏକ  ଗୀତ ସୁଟିଂ ଦୀପିକା କରିବେବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ, ବୈଭବୀ ମର୍ଚାଣ୍ଟଙ୍କ ଦ୍ୱାରା କୋରିଓଗ୍ରାଫ୍ ହେବାକୁ ଥିବା ଏହି ଗୀତରେ ଏକାଧିକ କଳାକାର ନଜର ଆସିବେ । ସେହିଭଳି ଏହି ଫିଲ୍ମଟି 'ଓମ୍ ଶାନ୍ତି ଓମ୍', 'ଚେନ୍ନାଇ ଏକ୍ସପ୍ରେସ୍', 'ହାପି ନ୍ୟୁ ଇଅର୍', 'ପଠାନ୍' ଏବଂ 'ଜବାନ୍' ପରେ ଶାହରୁଖ ଓ ଦୀପିକାଙ୍କର ଏକାଠି ଷଷ୍ଠ ସିନେମା। ଗତ ସେପ୍ଟେମ୍ବର ୧୯ ରେ ଦୀପିକା ଏବଂ ରଣବୀର ସିଂହ ସେମାନଙ୍କର ଦ୍ୱିତୀୟ କନ୍ୟା 'ଦେବୀ 'ଙ୍କୁ ସ୍ୱାଗତ କରିଥିବା ବେଳେ, ସେମାନଙ୍କର ପ୍ରଥମ କନ୍ୟା 'ଦୁଆ' ସେପ୍ଟେମ୍ବର ୨୦୨୪ ରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ୪୫୦ କୋଟି ଆକଳିତ ବଜେଟ୍‌ରେ ନିର୍ମିତ ହେଉଥିବା ଏହି ଆକ୍ସନ୍ ଥ୍ରୀଲର୍‌ରେ ସୁହାନା ଖାନ୍, ଅଭିଷେକ ବଚ୍ଚନ, ରାନୀ ମୁଖାର୍ଜୀ, ଅଭୟ ବର୍ମା, ଅର୍ଶଦ ୱାର୍ସି ଏବଂ କରିନା କପୁର ଖାନ୍‌ଙ୍କ ପରି ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ଆସନ୍ତା ଡିସେମ୍ବର ୨୪ରେ ରିଲିଜ ହେବାକୁ ସ୍ଥିର ହୋଇଛି ।

Tags: