ନିଜ ସ୍ବାମିଙ୍କ ପାଇଁ ପିଜା ତିଆରି କଲେ ଦୀପିକା !

ଲକ୍‌ଡାଉନରେ ବଲିଉଡର  କଳାକାରମାନେ ନିଜ ଘରେ ରହି ବିଭିନ୍ନ ଉପାୟରେ ସମୟ କାଟୁଛନ୍ତି। କିଏ ଏକ୍ସରସାଇଜ୍ କରି ସମୟ କାଟୁଛନ୍ତି ତ କିଏ ଘରେ ରୋଷେଇ କରି ସମୟ କାଟୁଛନ୍ତି। ତେବେ ବଲିଉଡର ଚୁଲ୍‌ବୁଲି ନାୟିକା ଦୀପିକା ପାଦୁକୋନ ଏହି ସମୟରେ ଘରେ ରହି ରୋଷେଇ ଶିଖୁଛନ୍ତି। ଖାଲି ଶିଖୁନାହାନ୍ତି, ନୂଆ ନୂଆ ରୋଷେଇ ଶିଖି ନିଜ ସ୍ବାମି ରଣବୀରଙ୍କୁ ଖାଇବାକୁ ମଧ୍ୟ ଦେଉଛନ୍ତି। ଏନେଇ ରଣବୀର ସିଂହ ନିଜ ଇନ୍‌ଷ୍ଟାଗ୍ରାମରେ ଷ୍ଟୋରି ସେୟାର କରିଛନ୍ତି। ଲକ୍‌ଡାଉନରେ […]

Samaya Live Picture
Published On

ଲକ୍‌ଡାଉନରେ ବଲିଉଡର  କଳାକାରମାନେ ନିଜ ଘରେ ରହି ବିଭିନ୍ନ ଉପାୟରେ ସମୟ କାଟୁଛନ୍ତି। କିଏ ଏକ୍ସରସାଇଜ୍ କରି ସମୟ କାଟୁଛନ୍ତି ତ କିଏ ଘରେ ରୋଷେଇ କରି ସମୟ କାଟୁଛନ୍ତି। ତେବେ ବଲିଉଡର ଚୁଲ୍‌ବୁଲି ନାୟିକା ଦୀପିକା ପାଦୁକୋନ ଏହି ସମୟରେ ଘରେ ରହି ରୋଷେଇ ଶିଖୁଛନ୍ତି। ଖାଲି ଶିଖୁନାହାନ୍ତି, ନୂଆ ନୂଆ ରୋଷେଇ ଶିଖି ନିଜ ସ୍ବାମି ରଣବୀରଙ୍କୁ ଖାଇବାକୁ ମଧ୍ୟ ଦେଉଛନ୍ତି। ଏନେଇ ରଣବୀର ସିଂହ ନିଜ ଇନ୍‌ଷ୍ଟାଗ୍ରାମରେ ଷ୍ଟୋରି ସେୟାର କରିଛନ୍ତି।

ଲକ୍‌ଡାଉନରେ ଘରେ ରହି ଦୀପିକା ରଣବୀରଙ୍କ ପାଇଁ ଚିଜି ପିଜା ପ୍ରସ୍ତୁତ କରିଛନ୍ତି। ରଣବୀର ସିଂହ ନିଜ ଇନ୍‌ଷ୍ଟାଗ୍ରାମରେ ଷ୍ଟୋରିରେ ଦୀପିକା ପ୍ରସ୍ତୁତ କରିଥିବା ପିଜାର ପୁରା ରେସିପି କହିଛନ୍ତି। ଏହାସହ ସେ ଦୀପିକାଙ୍କ ହାତ ତିଆରି ପିଜା ଖାଇବାକୁ ନେଇ ଉତ୍ସାହିତ ରହିଥିବା କଥା କହିଛନ୍ତି ରଣିବୀର ସିଂହ।

ଦୀପିକା ଜଣାଶୁଣା ସେଫ୍ ପାଓଲା ବେସେଟ୍ଟିଙ୍କଠାରୁ ରୋଷେଇ ଶିଖୁଛନ୍ତି। ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ସେ ନାନା ସୁସ୍ଵାଦୁ ଖାଇବା ତିଆରି କରି ଏହାର ଫଟୋ ସୋସିଆଲ ମିଡିଆ ସେୟାର କରିଛନ୍ତି।

Tags: