ସେଟରେ ଗାଳି ଖାଆନ୍ତି ଦୀପିକା
ଦୀପିକା ପାଦୁକୋନ୍ ସେଟରେ ଶୁଣନ୍ତି ଗାଳି ଏଭଳି ଏକ ଷ୍ଟେଟମେଣ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ସେଟ୍ରେ କାମ କରିବା ଶୈଳୀ ଓ ତାଙ୍କ କ୍ରୋଧକୁ ନେଇ ବରିଷ୍ଠ ଅଭିନେତା ରଜା ମୁରାଦ ଏକ ସାକ୍ଷାତକାରରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଭଂସାଲୀ ସେଟରେ ରଣବୀର ସିଂହ, ଦୀପିକା ପାଦୁକୋଣ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ବଡ଼ ବଡ଼ କଳାକାରଙ୍କୁ ମଧ୍ୟ ଗାଳି କରିଥାଆନ୍ତି । 'ଗୋଲିୟୋଁ କି ରାସଲୀଲା ରାମ-ଲୀଲା', 'ବାଜୀରାଓ ମସ୍ତାନୀ', 'ପଦ୍ମାବତ' ଓ 'ଗଙ୍ଗୁବାଈ କାଠିଆୱାଡ଼ି' ଭଳି ସୁପରହିଟ୍ ଫିଲ୍ମରେ ଭଂସାଲୀଙ୍କ ସହ କାମ କରିଥିବା ରଜା ମୁରାଦଙ୍କ ଅନୁସାରେ, ଏହି କ୍ରୋଧ କୌଣସି ବ୍ୟକ୍ତିଗତ ଶତ୍ରୁତା ପାଇଁ ନୁହେଁ । କେବଳ ନିଜ କାମ ପ୍ରତି ଭଂସାଲୀଙ୍କ ଅତ୍ୟାଧିକ ନିଷ୍ଠା ଯୋଗୁଁ ହୋଇଥାଏ। ଭଂସାଲୀ ନିଜ ମନରେ ଯେଉଁ ସିନର ପରିକଳ୍ପନା କରିଥାନ୍ତି, ତାହାକୁ ପରଦାରେ ସେହିପରି ରୂପ ଦେବାକୁ ଚାହାନ୍ତି । କିନ୍ତୁ ବାରମ୍ବାର ବୁଝାଇବା ପରେ ବି ଯେତେବେଳେ କୌଣସି କଳାକାର ତାହା ନ ବୁଝନ୍ତି, ସେତେବେଳେ ସେ ରାଗିଯାଆନ୍ତି ।




