ଟାର୍ଗେଟରେ ଦୀପିକା
ନିକଟରେ ୟୁଟ୍ୟୁବର ଧ୍ରୁବ ରାଠି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଧ୍ରୁବଙ୍କ ମତରେ ଦୀପିକା ସ୍କିନ ଲାଇଟନିଂ ଟ୍ରିଟମେଣ୍ଟ କରାଇଛନ୍ତି । ସୂଚନା ଅନୁସାରେ ସେ ନିଜୟୁଟ୍ୟୁବ ଚ୍ୟାନେଲରେ ବଲିଉଡ ସେଲିବ୍ରିଟିଙ୍କର ମିଛ ସୌନ୍ଦର୍ଯ୍ୟ ଉପରେ ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଦୀପିକାଙ୍କର ଟ୍ରିଟମେଣ୍ଟ କଥା ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି । ତେବେ ଏଥିରେ ଧ୍ରୁବ କେବଳ ଦୀପିକା ନୁହେଁ କାଜୋଲ, ବିପାଶା ବସୁ, ପ୍ରିୟଙ୍କା ଚୋପ୍ରାଙ୍କ ନାଁ ମଧ୍ୟ ନେଇଛନ୍ତି । ସେ ଦର୍ଶକଙ୍କୁ ଜଣାଇଛନ୍ତି କି ହିରୋଇନଙ୍କର ଯେଉଁ ସୌନ୍ଦର୍ଯ୍ୟକୁ ସେମାନେ ଭଗବାନଙ୍କ ଦାନ ବୋଲି ଭାବୁଛନ୍ତି ଅସଲରେ ସେ ଗୁଡିକ ଡାକ୍ତରଙ୍କର ଦାନ । ଏହି ଭିଡିଓ ଅପଲୋଡ ହେବାପରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଧ୍ରୁବ ରାଠି ରଣବୀରଙ୍କ ଫିଲ୍ମ ଧୁରନ୍ଧରର ଆଲୋଚନା ମଧ୍ୟ କରିଥିଲେ, ଏହାପରେ ପୁଣି ଦୀପିକାଙ୍କର ଆଲୋଚନାକୁ ଉଭୟ ରଣବୀର ଓ ଦୀପିକାଙ୍କ ଫ୍ୟାନ ଗ୍ରହଣ କରିପାରୁନଥିବା ଦେଖିବାକୁ ମିଳୁଛି । ତେଣୁ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।



