ଚରିତ୍ର ପାଇଁ ଉତ୍ସର୍ଗ

ସିନେ ଇଣ୍ଡଷ୍ଟ୍ରିରେ କେବଳ ଯେ ଅଭିନେତାମାନେ ଅଭିନୟ କରନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ ଅନେକ ଏଭଳି ଅଛନ୍ତି ଯେଉଁମାନେ ଚରିତ୍ର ପାଇଁ ଏତେ ଡେଡିକେଟ୍‌ ଥାଆନ୍ତି ଯେ ନିଜର ପ୍ରିୟ ଜିନିଷକୁ ଉତ୍ସର୍ଗ କରିବାକୁ ପଛାନ୍ତି ନାହିଁ । ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଅନ୍ୟତମ ଲୋକପ୍ରିୟ ଆକ୍ଟର ରଣବୀର କପୁର । ରଣବୀରଙ୍କୁ ରାମାୟଣ ଆଧାରିତ ଫିଲ୍ମମେକର ନିତେଶ ତିୱାରୀଙ୍କ ଫିଲ୍ମରେ ଦେଖିବାକୁ ମିଳିବ । ସେ ଏଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକାରେ ନଜର […]

Samaya Live Picture
Published On

ସିନେ ଇଣ୍ଡଷ୍ଟ୍ରିରେ କେବଳ ଯେ ଅଭିନେତାମାନେ ଅଭିନୟ କରନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ ଅନେକ ଏଭଳି ଅଛନ୍ତି ଯେଉଁମାନେ ଚରିତ୍ର ପାଇଁ ଏତେ ଡେଡିକେଟ୍‌ ଥାଆନ୍ତି ଯେ ନିଜର ପ୍ରିୟ ଜିନିଷକୁ ଉତ୍ସର୍ଗ କରିବାକୁ ପଛାନ୍ତି ନାହିଁ । ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଅନ୍ୟତମ ଲୋକପ୍ରିୟ ଆକ୍ଟର ରଣବୀର କପୁର । ରଣବୀରଙ୍କୁ ରାମାୟଣ ଆଧାରିତ ଫିଲ୍ମମେକର ନିତେଶ ତିୱାରୀଙ୍କ ଫିଲ୍ମରେ ଦେଖିବାକୁ ମିଳିବ । ସେ ଏଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକାରେ ନଜର ଆସିବେ । ତେବେ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିବା ଲାଗି ରଣବୀର ମଦ ପିଇବା ଛାଡ଼ିଦେଇଛନ୍ତି । କେବଳ ଏତିକି ନୁହେଁ, ଫିଲ୍ମର ସୁଟିଂ ପୂରା ହେବା ପର୍ଯ୍ୟନ୍ତ ସେ ଆମିଷ ଭକ୍ଷଣ କରିବେ ନାହିଁ ବୋଲି ମଧ୍ୟ ଜଣାପଡ଼ିଛି । ଏଥିରେ ତାଙ୍କ ଅପଜିଟ୍‌ରେ ସୀତା ମାତାଙ୍କ ଭୂମିକାରେ ସାଉଥ୍‌ ଷ୍ଟାର୍‌ ସାଇ ପଲ୍ଲବୀ ସ୍କ୍ରିନ୍‌ ସେୟାର କରିବେ । ସେହିପରି କିଛିଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ଆଦିପୁରୁଷ ପାଇଁ ପ୍ରଭାସ ମଧ୍ୟ ସୁଟିଂ ପୂର୍ବରୁ ଆମିଷ ସହିତ ମଦ ପିଇବା ଛାଡ଼ିଦେଇଥିଲେ । ପ୍ରଭାସଙ୍କ ଜଣେ ବନ୍ଧୁଙ୍କ କହିବା ମୁତାବକ ତାଙ୍କୁ ଆମିଷ ଛାଡ଼ିବାରେ ବହୁ ଅସୁବିଧା ହୋଇଥିଲା । ତାଙ୍କ ମା’ ମଧ୍ୟ ଏହାକୁ ନେଇ ଚିନ୍ତିତ ଥିଲେ । କାହିଁକି ନା ତାଙ୍କ ମା’ଙ୍କୁ ପ୍ରଭାସଙ୍କ ପାଇଁ ବିଭିନ୍ନ ପ୍ରକାରର ଆମିଷ ରାନ୍ଧିବାକୁ ସଉକ୍‌ ଥାଏ । ମାତ୍ର କିଛି ସମୟ ପାଇଁ ସେ ଆମିଷ ଛାଡ଼ିବେ ବୋଲି ଜଣାପଡ଼ିବା ପରେ ତାଙ୍କ ମା’ ଦୁଃଖିତ ହୋଇଯାଇଥିଲେ । କେବଳ ରଣବୀର କି ପ୍ରଭାସ ନୁହଁନ୍ତି, ଖିଲାଡ଼ି ଅକ୍ଷୟ କୁମାର ମଧ୍ୟ ୨୦୧୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ଓଃ ମାଇଁ ଗଡ୍‌ ପାଇଁ ଆମିଷ ଛାଡ଼ିଥିଲେ । ତାଙ୍କ ମା’ଙ୍କ କହିବାନୁସାରେ ଫିଲ୍ମର ସୁଟିଂ ସରିବା ପର୍ଯ୍ୟନ୍ତ ସେ ଆମିଷ ଠାରୁ ଦୂରେଇ ରହିଥିଲେ । ସେହିପରି ୧୯୮୬ରେ ରିଲିଜ୍‌ ହୋଇଥିବା ଟିଭି ଶୋ’ ରାମାୟଣ ପାଇଁ ଦାରା ସିଂହ ମଧ୍ୟ ଆମିଷ ଛାଡ଼ିଦେଇଥିଲେ । ସେ ଏଥିରେ ହନୁମାନ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ସହିତ ସେ ଏତେ ମାତ୍ରାରେ ଜଡ଼ିତ ଥିଲେ ଯେ ସେଟ୍‌ରୁ ଆସିବା ପରେ ମେକଅପ୍‌ ପୋଛୁନଥିଲେ । ଏମିତିକି ଅନେକ ଥର ସେ ନିଦରେ ହନୁମାନଙ୍କ ଡାଇଲଗ୍‌ ବିଳିବିଳାନ୍ତି । ଏନେଇ ସେ ପ୍ରତିଦିନ ସକାଳୁ ହନୁମାନଙ୍କ ଚରିତ୍ରର ଅଭ୍ୟାସ କରନ୍ତି । ତାଙ୍କ କଠିନ ପରିଶ୍ରମର ପରିଣାମସ୍ୱରୂପ ଲୋକେ ଆଜିବି ତାଙ୍କୁ ହନୁମାନ ଚରିତ୍ରରେ ମନେ ରଖିଛନ୍ତି । ସେହିପରି ରାମାୟଣରେ ଅରୁଣ ଗୋବିଲ ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ର ପ୍ଲେ କରୁଥିଲେ । ଏକଦା ସୁଟିଂ ସମୟରେ ସେ ସିଗାରେଟ୍‌ ପିଉଥିଲେ । ଏହା ଦେଖି ଜଣେ ଦର୍ଶକ ତାଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ସେ ତାଙ୍କୁ ଭଗବାନ ମାନୁଥିଲେ, ହେଲେ ତାଙ୍କର ଏଭଳି ଗୁଣ ସେହି ବ୍ୟକ୍ତିଙ୍କୁ ଆଦୌ ପସନ୍ଦ ଆସିନଥିଲା । ଯାହାଫଳରେ ଅରୁଣ ସିଗାରେଟ୍‌ ଛାଡ଼ିଦେଇଥିଲେ ।

Tags: