ବାପାଙ୍କ ସହ ଡେବ୍ୟୁ

ପଠାନ୍‌ ପରେ ଶାହାରୁଖଙ୍କ ଅପକମିଂ ପ୍ରୋଜେକ୍ଟ ଉପରେ ସମସ୍ତଙ୍କ ଆଖି । ଏହି ତାଲିକାରେ ଆଗକୁ ରହିଛି ଢୁଙ୍କି । ତେବେ ଢୁଙ୍କି ପରେ ଶାହରୁଖଙ୍କର ଆଉ ଏକ ଦମଦାର ପ୍ରୋଜେକଫ ଆସୁଥିବା ନେଇ ଖବର ମିଳିଛି । ଏସ୍‌ଆରକେ ଆଗକୁ ନିଜ ଝିଅ ସୁହାନା ଖାନଙ୍କ ସହ ନଜର ଆସିବେ । ଉଭୟଙ୍କର ଏହି ପିଲ୍ମର ନିର୍ଦ୍ଦେଶନା ସୁଜୋୟ ଘୋଷ ଦେଇଥିବା ସୂଚନା ରହିଛି । ସୁଜୟୋ ଘୋଷ ଏବଂ ଶାହରୁଖ ଖାନ ପ୍ରଯୋଜକ – […]

Samaya Live Picture
Published On

ପଠାନ୍‌ ପରେ ଶାହାରୁଖଙ୍କ ଅପକମିଂ ପ୍ରୋଜେକ୍ଟ ଉପରେ ସମସ୍ତଙ୍କ ଆଖି । ଏହି ତାଲିକାରେ ଆଗକୁ ରହିଛି ଢୁଙ୍କି । ତେବେ ଢୁଙ୍କି ପରେ ଶାହରୁଖଙ୍କର ଆଉ ଏକ ଦମଦାର ପ୍ରୋଜେକଫ ଆସୁଥିବା ନେଇ ଖବର ମିଳିଛି । ଏସ୍‌ଆରକେ ଆଗକୁ ନିଜ ଝିଅ ସୁହାନା ଖାନଙ୍କ ସହ ନଜର ଆସିବେ । ଉଭୟଙ୍କର ଏହି ପିଲ୍ମର ନିର୍ଦ୍ଦେଶନା ସୁଜୋୟ ଘୋଷ ଦେଇଥିବା ସୂଚନା ରହିଛି । ସୁଜୟୋ ଘୋଷ ଏବଂ ଶାହରୁଖ ଖାନ ପ୍ରଯୋଜକ – ନିର୍ଦ୍ଦେଶକ ଯୋଡି ଭାବେ ବଦଲାରେ କାମ କରିସାରିଛନ୍ତି। ବର୍ତ୍ତମାନ ଆସିବାକୁ ଥିବା ଏହି ଫିଲ୍ମଟି ଏକ ଆକସନ୍‌ ଥ୍ରିଲର ହେବାକୁ ଥିବାବେଳେ ଫିଲ୍ମକୁ ନେଇ ନିର୍ଦ୍ଦେଶକ ସୁଜୟୋ ଘୋଷ ବେଶ ଉତ୍ସୁକ ଅଛନ୍ତି । ଏହି ଫିଲ୍ମରେ ତାଙ୍କୁ ଏକ ନୂଆ ଜେନେରେସନ ସହ କାମ କରିବାକୁ ସୁଯୋଗ ମିଳୁଥିବାରୁ ସେ ପ୍ରୋଜେକcକୁ ନେଇ ବେଶ୍‌ ଖୁସି ଅଛନ୍ତି । ଏହି ଫିଲ୍ମଟି ରେଡ୍‌ ଚିଲି ଏଣ୍ଟରଟେନମେଣ୍ଟ୍‌ ଅଣ୍ଡର୍‌ରେ ପରଦାକୁ ଆସିବ । ସେହିଭଳି ସୁଜୋୟ ଘୋଷଙ୍କ ଫିଲ୍ମରୁ ସୁହାନା ନିଜର ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଥିବାର ଖାନ୍‌ ଫ୍ୟାମିଲି ବେଶ୍‌ ଖୁସି ଅଛନ୍ତି । ପୂର୍ବରୁ ସୁହାନା ଫିଲ୍ମ ଦି ଆର୍ଚିସ ଜରିଆରେ ନିଜର ଡିଜିଟାଲ୍‌ ଡେବୁ୍ୟ କରିସାରିଛନ୍ତି । ଆର୍ଚିସ୍‌ର ନିର୍ଦ୍ଦେଶନା ଜୋୟା ଅଖତର ଦେଇଥିବାବେଳେ ଏଥିରେ ଅନେକ ସଂଖ୍ୟାରେ ଷ୍ଟାର କିଡ୍‌ ଅଛନ୍ତି । ତେବେ ଶାହରୁଖଙ୍କ ସହ ଅପକମିଂ ପ୍ରୋଜେକଫରେ ସୁହାନାଙ୍କ ଛଡା ଆହୁରି ବରିଷ୍ଟ କଳାକାର ଏଥିରେ ନଜର ଆସିବେ । ଫିଲ୍ମର କାଷ୍ଟିଂ ଏବେ ମଧ୍ୟ ଜାରି ରହିଛି । ତେବେ ଶାହରୁଖ ଓ ସୁହାନାଙ୍କୁ ଏକାଠି ଗୋଟିଏ ପରଦାରେ ଦେଖିବାକୁ ଫ୍ୟାନମାନେ ଚାହିଁ ରହିଥିବା ସୋସିଆଲ ମିଡିଆରୁ ଜଣା ପଡିଛି ।

Tags: