ଡ୍ୟାନ୍ସି କୁଇନ

ଡ୍ୟାନ୍ସି କୁଇନ
Ipsita Picture
By: Ipsita
Published On

 

ସୁପରଷ୍ଟାର ରାମ ଚରଣଙ୍କ ଆଗାମୀ ସ୍ପୋର୍ଟସ ଆକ୍ସନ ଡ୍ରାମା ପେଦିକୁ ନେଇ ବର୍ତ୍ତମାନ ସେ ଲାଇମଲାଇଟରେ ଅଛନ୍ତି । ତେବେ ଏଥିରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏକ ଡ୍ୟାନ୍ସ ନମ୍ବର ଦେଖିବାକୁ ମିଳିବବୋଲି ଜଣା ପଡିଛି ।  ବୁଚି ବାବୁ ସାନାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଗ୍ରାମୀଣ ପୃଷ୍ଠଭୂମିରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ଜାହ୍ନବୀ କପୁର ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି । ତେବେ ମୃଣାଳଙ୍କ କେମିଓ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ମୃଣାଳଙ୍କ ନୃତ୍ୟ ସାଙ୍ଗଙ୍କୁ ଏଆର୍ ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଫିଲ୍ମଟିକୁ ଭଲ ମାଇଲେଜ ଦେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ସୋସିଆଲ ମିଡିଆରେ ସମସ୍ତେ ମୃଣାଳଙ୍କୁ ଡ୍ୟାନ୍ସିଂ କୁଇନର ଆଖ୍ୟା ଦେଇଛନ୍ତି । ମାର୍ଚ୍ଚ ୨୭ ତାରିଖରେ ରାମ ଚରଣଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମର ଏକ  ଆକ୍ସନ ଟିଜର ରିଲିଜ ହେବ ବୋଲି ଯୋଜନା ରହିଛି । ସେହିଭଳି ଆସନ୍ତା ଏପ୍ରିଲ ୩୦, ୨୦୨୬ରେ ଏହା  ରିଲିଜ ହେବବୋଲି ଜଣା ପଡ଼ିଛି ।

Tags: