ଏକାଠି କରିବେ ଡ୍ୟାନ୍ସ

ବର୍ତ୍ତମାନ ଭୁଲଭୂଲେୟାଁ-୩କୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । ଏଥିରେ କାର୍ତ୍ତିକ ଆରିୟନଙ୍କ ସହିତ ତୃପ୍ତି ଡିମରୀ ଲିଡ୍‌ ରୋଲରେ ନଜର ଆସିବେ । ତେବେ ଏହି ଫିଲ୍ମର ଆଉ ଏକ ଆକର୍ଷଣ ସାଜିଛନ୍ତି ବିଦ୍ୟା ବାଲାନ । ପ୍ରଥମ ଭାଗରେ ମଞ୍ଜୁଲିକା ଚରିତ୍ରରେ ନଜର ଆସିଥିବା ବିଦ୍ୟା ତୃତୀୟ ଭାଗରେ ମଧ୍ୟ ମଞ୍ଜୁଲିକା ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ଆଉ ଏକ ଖବରକୁ ନେଇ ଫିଲ୍ମଟି ଚର୍ଚ୍ଚାକୁ ଆସିଛି […]

Samaya Live Picture
Published On

ବର୍ତ୍ତମାନ ଭୁଲଭୂଲେୟାଁ-୩କୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । ଏଥିରେ କାର୍ତ୍ତିକ ଆରିୟନଙ୍କ ସହିତ ତୃପ୍ତି ଡିମରୀ ଲିଡ୍‌ ରୋଲରେ ନଜର ଆସିବେ । ତେବେ ଏହି ଫିଲ୍ମର ଆଉ ଏକ ଆକର୍ଷଣ ସାଜିଛନ୍ତି ବିଦ୍ୟା ବାଲାନ । ପ୍ରଥମ ଭାଗରେ ମଞ୍ଜୁଲିକା ଚରିତ୍ରରେ ନଜର ଆସିଥିବା ବିଦ୍ୟା ତୃତୀୟ ଭାଗରେ ମଧ୍ୟ ମଞ୍ଜୁଲିକା ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ଆଉ ଏକ ଖବରକୁ ନେଇ ଫିଲ୍ମଟି ଚର୍ଚ୍ଚାକୁ ଆସିଛି । ଫିଲ୍ମରେ ମାଧୁରୀ ଦିକ୍ଷିତଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏଥିରେ ମାଧୁରୀ ଓ ବିଦ୍ୟା ବାଲାନ୍‌ଙ୍କ ମଧ୍ୟରେ ଡ୍ୟାନ୍ସ ଫେସ୍‌ଅପ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି । ଫିଲ୍ମର ଫେମସ ସଙ୍ଗ ‘ଆମିଜେ ତୋମାର’ରେ ଉଭୟଙ୍କ ଡ୍ୟାନ୍ସ ଦେଖିବାକୁ ମିଳିବ । ବର୍ତ୍ତମାନ ମେକର୍ସମାନେ କେବଳ ଏହି ଗୀତ ଉପରେ ସମସ୍ତ ଧ୍ୟାନ ଦେଉଥିବା ଜଣାପଡିଛି । ଗୀତଟି ଫିଲ୍ମର ପ୍ରମୁଖ ଆକର୍ଷଣ ହେବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଗୀତଟିର ସୁଟିଂ ଆରମାସରେ ଆରମ୍ଭ ହେବ ବୋଲି ଜଣା ପଡିଛି । ସେହିଭଳି ନିକଟରେ କାର୍ତ୍ତିକ ଆରିୟନଙ୍କୁ ଏହି ଫିଲ୍ମ ପାଇଁ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା ।

Tags: