ସାଂସ୍କୃତିକ ବିଜୟ

ସାଂସ୍କୃତିକ ବିଜୟ
Ipsita Picture
By: Ipsita
Published On

 

ଆଜିକାଲି ଚଳଚ୍ଚିତ୍ର ଗୁଡ଼ିକରେ ସଙ୍ଗୀତ ଏବଂ କାହାଣୀ ଏମିତି ଭାବେ ପ୍ରସ୍ତୁତ କରାଯାଉଛି ଯାହା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟକୁ ଛୁଇଁପାରୁଛି । ପୂର୍ବରୁ ଗୋଟିଏ ଗୀତ କେବଳ ହିନ୍ଦୀ କିମ୍ବା ତେଲୁଗୁରେ ସୀମିତ ରହୁଥିଲା, କିନ୍ତୁ ଏବେ ସଙ୍ଗୀତ ନିର୍ଦ୍ଦେଶକମାନେ ଏକ 'ଇଣ୍ଡିଆନ୍ ସାଉଣ୍ଡ୍'କୁ ସୃଷ୍ଟି କରୁଛନ୍ତି ଯାହା ବିଭିନ୍ନ କୋଣଅନୁକୋଣରେ ଥିବା ଭାରତୀୟ ସିନେମାପ୍ରେମୀଙ୍କୁ ଏକାଠି କରୁଛି । ସେହିଭଳି କାହାଣୀ ଗୁଡ଼ିକ ମଧ୍ୟ ଆଞ୍ଚଳିକ ପରିବେଶରୁ ଆରମ୍ଭ ହୋଇ ବିଶ୍ୱସ୍ତରୀୟ ଭାବନାକୁ ପ୍ରକାଶ କରୁଛି । ଏହା ଭାରତର ବିଭିନ୍ନ ସଂସ୍କୃତିକୁ ପରସ୍ପର ସହ ଯୋଡ଼ିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ।

 ଅର୍ଥନୈତିକ ବିକାଶ

ଉତ୍ତର ଓ ଦକ୍ଷିଣର ଏହି ମିଶ୍ରଣ ଭାରତୀୟ ଚଳଚ୍ଚିତ୍ର ବଜାରକୁ ବହୁଗୁଣିତ କରିଦେଇଛି । ଏବେ ଗୋଟିଏ ସଫଳ ଚଳଚ୍ଚିତ୍ର କେବଳ ୧୦୦ କିମ୍ବା ୨୦୦ କୋଟିରେ ସୀମିତ ନାହିଁ, ବରଂ ୧୦୦୦ କୋଟି କ୍ଲବ୍ ସାମିଲ ହେଉଛି । ଉଭୟ ଇଣ୍ଡଷ୍ଟ୍ରୀର ଦର୍ଶକଙ୍କୁ ଯୋଡି ଏକ ନୂଆ ଫ୍ୟାନବେସ ପ୍ରସ୍ତୁତ କରିବାରେ ଏହି ପ୍ରକ୍ରିୟା ସଫଳ ହେଉଛି ।  ଯାହାଦ୍ୱାରା ଫିଲ୍ମ ଗୁଡିକ ଖୁବ ଅଧିକ ଆୟ କରୁଛନ୍ତି । ସେହିଭଳି ଏହି କାରଣରୁ ଇଣ୍ଡଷ୍ଟ୍ରିରେ କାମ କରୁଥିବା ହଜାର ହଜାର କଳାକାର ଓ ଟେକନିସିଆନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଗୋଟିଏ ସେଟ୍ରେ ମୁମ୍ବାଇରୁ ଆରମ୍ଭ କରି ହାଇଦ୍ରାବାଦ ପର୍ଯ୍ୟନ୍ତ ସମସ୍ତେ ମିଳିମିଶି କାମ କରୁଛନ୍ତି, ଯାହା ଅର୍ଥନୈତିକ ସ୍ତରରେ ଇଣ୍ଡଷ୍ଟ୍ରିକୁ ବହୁତ ଶକ୍ତିଶାଳୀ କରିଛିବୋଲି ସମୀକ୍ଷକମାନେ ମତ ଦେଉଛନ୍ତି ।

ବିଶ୍ୱସ୍ତରୀୟ ମାନ୍ୟତା

ସେହିଭଳି ପ୍ୟାନ ଇଣ୍ଡିଆ ଫିଲ୍ମ ଗୁଡିକ ବିଶ୍ବସ୍ତରରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହେଉଛନ୍ତି । ଭାରତୀୟ ସିନେମା ଏବେ ହଲିଉଡ ସହ ସମକକ୍ଷ ହେବାକୁ ଯାଉଛି । ଏବେ ପାଶ୍ଚାତ୍ୟ ଦେଶର ଦର୍ଶକମାନେ ମଧ୍ୟ ଭାରତୀୟ ଚଳଚ୍ଚିତ୍ରକୁ ବହୁତ ଆଗ୍ରହର ସହ ଦେଖୁଛନ୍ତି । ୨୦୨୬ ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ବଡ଼ ମନୋରଞ୍ଜନ ହବ୍ ଭାବେ ଉଭା ହେବା ପଛରେ ଏହି ଆନ୍ତଃ-ରାଜ୍ୟ ଚଳଚ୍ଚିତ୍ର ସହଯୋଗର ଏକ ବଡ଼ ହାତ ରହିଛି । ଭାରତୀୟ ସିନେମାକୁ ଏହା ଏକ ନୂଆ ମାଇଲେଜ ପ୍ରଦାନ କରିଛି । ଅନେକ ବିଶ୍ବସ୍ତରୀୟ ମଞ୍ଚରେ ଭାରତୀୟ ସିନେମା ସହିତ ଏହାର କଳାକାରମାନେ ସ୍ଥାନ ପାଇବାରେ ଲାଗିଛନ୍ତି । ଅଭିନେତା ଓ ଅଭିନେତ୍ରୀମାନେ ଧୀରେଧୀରେ ଗ୍ଲୋବାଲ ଆଇକନ ପାଲଟିବାରେ ଲାଗିଛନ୍ତି ।

Tags: