ଖ୍ରିଷ୍ଟାଲଙ୍କ ସମର୍ଥନ

ଖ୍ରିଷ୍ଟାଲଙ୍କ ସମର୍ଥନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ନୂଆ ଅନ୍ଦାଜରେ ସାମ୍

ନିକଟରେ ରିଲିଜ ହୋଇଥିବା ଧୁରନ୍ଧର ଅନେକ କଳାକାରଙ୍କୁ ଖୁବ ଚର୍ଚ୍ଚାରେ ରଖିଛି । ତେବେ ଏହି ଫିଲ୍ମକୁ ନେଇ ଫିଲ୍ମରେ ଅଭିନୟ କରିନଥିବା କଳାକାର ମଧ୍ୟ ଚର୍ଚ୍ଚାରେ ରହୁଛନ୍ତି । ସେହିଭଳି ଜଣେ କଳାକାର ହେଲେ ତମନ୍ନା ଭାଟିଆ । ଯିଏ ଏହି ଫିଲ୍ମରେ ଅଭିନୟ କରିନାହାନ୍ତି ସତ ହେଲେ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ଧୁରନ୍ଧରର ଆଇଟମ ଗୀତ ପାଇଁ ତମନ୍ନାଙ୍କୁ ପ୍ରଥମେ ଚୟନ କରାଯାଇଥିଲା । ହେଲେ ଏହି କଥା ଭାଇରାଲ ହେବାପରେ ମେକର୍ସ ଏହାକୁ ଖଣ୍ଡନ କରିବା ସହିତ ତମନ୍ନା କେବେ ବି ଚୟନ ହୋଇନଥିବା ମତ ଦେଇଥିଲେ । କିନ୍ତୁ ଏହି କଥାର ମଧ୍ୟ ଭୁଲ ଅର୍ଥ ବାହାର କରିଥିଲେ ୟୁଜର୍ସ ଏବଂ ତମନ୍ନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ତେବେ ଏହାକୁ ଟେଲି ଅଭିନେତ୍ରୀ ଖ୍ରିଷ୍ଟାଲ ଡିସୁଜା ବିରୋଧ କରିବା ସହିତ ତମନ୍ନାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ତମନ୍ନାଙ୍କୁ ଯଦି ଏହି ଗୀତପାଇଁ ଫାଇନାଲ କରାଯାଇଥାଆନ୍ତା ତେବେ ସେ ମଧ୍ୟ ଏହାକୁ ଖୁବ ସୁନ୍ଦରଭାବେ ପ୍ରଦର୍ଶନ କରିଥାଆନ୍ତେ ବୋଲି କ୍ରିଷ୍ଟାଲ ମତ ଦେଇଛନ୍ତି । ତମନ୍ନା ଜଣେ ଭଲ ଡ୍ୟାନ୍ସର ଓ ସେ ଯେତେ ବି ଗୀତ କରିଛନ୍ତି ସେଗୁଡିକ ସୁପରହିଟ ହୋଇଛି ବୋଲି କ୍ରିଷ୍ଟାଲ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର ନୂଆ ଫିଲ୍ମପାଇଁ ରେଡି

Tags:

Related Posts