ବୋଲ୍ଡନେସକୁ ନେଇ ବିବାଦ

ବୋଲ୍ଡନେସକୁ ନେଇ ବିବାଦ
Ipsita Picture
By: Ipsita
Published On

 

ସୁପରଷ୍ଟାର୍ ରାମ ଚରଣଙ୍କ ଅଭିନୀତ ବହୁପ୍ରତିକ୍ଷିତ ଚଳଚ୍ଚିତ୍ର ପେଡ୍ଡୀରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଚରିତ୍ରକୁ ଆବଶ୍ୟକତାଠାରୁ ଅଧିକ ବୋଲ୍ଡ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗକୁ ନେଇ ଏବେ ବିବାଦ ଉଗ୍ର ରୂପ ଧାରଣ କରିଛି । ଦର୍ଶକଙ୍କ ଅନୁସାରେ ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ଚରିତ୍ରର କାହାଣୀ ଅପେକ୍ଷା ତାଙ୍କର ଶାରୀରିକ ଗଠନ ଏବଂ ଅଙ୍ଗପ୍ରଦର୍ଶନ ଉପରେ ଅଧିକ ଧ୍ୟାନ ଦିଆଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  । ତେବେ ଏହି ବିବାଦ ମଧ୍ୟରେ ଜାହ୍ନବୀଙ୍କ ସମର୍ଥନରେ ତାଙ୍କ ମେକଅପ୍ ଆର୍ଟିଷ୍ଟ ସଭଲିନ୍ କୌର ମନଚନ୍ଦା ଏବଂ ସାଉଥ୍ ସିନେମାର ଜଣାଶୁଣା ଅଭିନେତ୍ରୀ ଡିମ୍ପଲ୍ ହୟାତି ଆଗେଇ ଆସିଛନ୍ତି । ମେକଅପ୍ ଆର୍ଟିଷ୍ଟ ସଭଲିନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ନିର୍ଦ୍ଦେଶକଙ୍କ ଉପରେ ମର୍ଯ୍ୟାଦାର ସୀମା ପାର୍ କରିଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ଦାବି ଅନୁଯାୟୀ, ଶୁଟିଂ ସମୟରେ ହିଁ ଜାହ୍ନବୀ କେତେକ ନିର୍ଦ୍ଦିଷ୍ଟ କ୍ୟାମେରା ଆଙ୍ଗେଲ୍କୁ ନେଇ ନିଜର ସୀମା ନିର୍ଦ୍ଧାରଣ କରିଥିଲେ । ପୋଷ୍ଟ-ପ୍ରଡକ୍ସନ ପର୍ଯ୍ୟାୟରେ ସେହି ଆପତ୍ତିଜନକ ଦୃଶ୍ୟଗୁଡ଼ିକୁ ହଟାଇବାକୁ କହିଥିଲେ । ମାତ୍ର ବକ୍ସ ଅଫିସ୍ କଲେକ୍ସନ ଚକ୍କରରେ ନିର୍ଦ୍ଦେଶକ ଅଭିନେତ୍ରୀଙ୍କ ସହମତିକୁ ସମ୍ପୂର୍ଣ୍ଣ ଅଣଦେଖା କରି ଚୂଡ଼ାନ୍ତ ଏଡିଟ୍ରେ ସେଗୁଡିକୁ ସାମିଲ ରଖିଥିଲେ। ଅନ୍ୟପଟେ, ଅଭିନେତ୍ରୀ ଡିମ୍ପଲ୍ ହୟାତି ନିଜ ଏକ୍ସ’ (ଟ୍ୱିଟର) ଆକାଉଣ୍ଟରେ ଏହି ବ୍ୟବସ୍ଥା ଓ ଚଳଚ୍ଚିତ୍ର ନିର୍ମାତାମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ମତରେ ଚଳଚ୍ଚିତ୍ରରେ ମହିଳାମାନଙ୍କ ଖରାପ ତଥା ଦୁର୍ବଳ ଚିତ୍ରଣ ପାଇଁ ଅଭିନେତ୍ରୀଙ୍କୁ ନୁହେଁ, ବରଂ ନିର୍ମାତା ଏବଂ ସିଷ୍ଟମକୁ ଦାୟୀ କରାଯିବା ଉଚିତ୍ । କାରଣ ଅଭିନେତ୍ରୀମାନଙ୍କୁ ଯାହା ଅଫର୍ କରାଯାଏ ସେମାନେ କେବଳ ସେତିକି ହିଁ କରନ୍ତି । ପୁରୁଷ-କେନ୍ଦ୍ରିକ ଚଳଚ୍ଚିତ୍ରରେ ନାୟକମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳୁଥିବାବେଳେ ଅଭିନେତ୍ରୀମାନଙ୍କୁ ନିଜର ପ୍ରକୃତ ପ୍ରତିଭା ଦେଖାଇବାର ସୁଯୋଗ ନଦେଇ ଏକ ନିର୍ଦ୍ଦିଷ୍ଟ ବୋଲ୍ଡ ଇମେଜ୍ରେ ବାନ୍ଧି ରଖାଯାଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନାଅନୁସାରେ ଏହାପୂର୍ବରୁ ଜାହ୍ନବୀଙ୍କ ଫ୍ୟାନ୍ କ୍ଲବ୍ ଗୁଡ଼ିକ କ୍ୟାମେରା ଆଙ୍ଗେଲ୍କୁ ନେଇ ହୋଇଥିବା କିଛି ଚାଟ୍ର ସ୍କ୍ରିନଶଟ୍ ମଧ୍ୟ ଭାଇରାଲ କରିଥିଲେ । ତେବେ ବଢିବା ପରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବୁଚ୍ଚି ବାବୁ ସନା ଜନସାଧାରଣଙ୍କ ନିକଟରେ କ୍ଷମା ମାଗିବା ସହ ଉକ୍ତ ଆପତ୍ତିଜନକ ଦୃଶ୍ୟଗୁଡ଼ିକରେ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Tags: