ସମ୍ପର୍କରେ ମୋହର

ସମ୍ପର୍କରେ ମୋହର
Ipsita Picture
By: Ipsita


ଅଭିନେତ୍ରୀ କ୍ରିତିକା କର୍ମା ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ନିଜ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି , ଯାହାକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି । ଏଥିରେ ସେ ଅଭିନେତା ତଥା ପ୍ରେଜେଣ୍ଟର ଗୌରବ କପୁରଙ୍କ ସହିତ କିଛି ଫଟୋ ଛାଡିଛନ୍ତି, ଯେଉଁଥିରେ ଉଭୟ ଏକ ବ୍ରେକଫାଷ୍ଟ ଡେଟରେ ଯିବା ଭଳି ଦେଖିବାକୁ ମିଳୁଛି । ସେହିଭଳି ସେ ଲେଖିଥିବା କ୍ୟାପସନକୁ ମଧ୍ୟ ଫ୍ୟାନମାନେ ଏକ ହିଣ୍ଟ ବୋଲି ଧରୁଛନ୍ତି । ଉଭୟଙ୍କ ଭିତରେ ପ୍ରେମସମ୍ପର୍କ ଥିବା ସେମାନେ ଆକଳନ କରୁଛନ୍ତି । ଅନେକ ଦିନ ଧରି ସେମାନଙ୍କର ସମ୍ପର୍କନେଇ ଗୁଜବ ଜାରି ରହିଥିଲା, ବର୍ତ୍ତମାନ ଏଥିରେ ମୋହର ବାଜିଲା ବୋଲି ଆଲୋଚନା ହେଉଛି । ଅଭିନେତ୍ରୀ କ୍ରିତିକା ଅନେକ ଓଟିଟି ଓ ଟିଭି ଧାରାବାହିକରେ କାମ କରିସାରିଛନ୍ତି । ୨୦୦୭ରେୟହାଁ କେ ହମ୍‌ ସିକନ୍ଦରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଅନେକ ଧଆରାବାହିକ ଓ ଓଟିଟି ଶୋରେ ଦର୍ଶକ ଦେଖିଛନ୍ତି । ତାଙ୍କୁ ଧାରାବାହିକ କିତନି ମହବତ ହେ, କୁଛ ତୋ ଲୋଗ କହେଁଗେ ଭଳି ଏକାଧିକ ପରିଚିତ ଶୋରେ ଦେଖିବାକୁ ମିଳିଥିଲା । ସେହିଭଳି ଗୌରବ କପୁର ଖେଳଜଗତର ଜଣେ ଜଣାଶୁଣା ଛବି । ଅନେକ ସମୟରେ ତାଙ୍କୁ କ୍ରିକେଟ ଶୋ ହୋଷ୍ଟ କରୁଥିବା ଦେଖୁବାକୁ ମିଳିଥାଏ ।

ସମ୍ବନ୍ଧିତ ଖବର ମଲିଉଡ଼ ଅଭିନେତା ଦିଲ୍ଲୀପ ନିର୍ଦ୍ଦୋଷରେ ଖଲାସ

Tags: