ଅନୁଷ୍କାଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ଅନୁଯାୟୀ ନିର୍ଦ୍ଦେଶକ ଆଟଲିଙ୍କ ଆଗାମୀ ବୃହତ ପ୍ରକଳ୍ପ ‘AA22xA6’ ମାଧ୍ୟମରେ ଅନୁଷ୍କା ତେଲୁଗୁ ସିନେମା ଜଗତରେ ଏଣ୍ଟ୍ରି କରିପାରନ୍ତି । ‘ପାରାଲେଲ୍ ୟୁନିଭର୍ସ’ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ମୁଖ୍ୟ ନାୟିକା ଭାବେ ନଜର ଆସିବାକୁ ଥିବାବେଳେ ରଶ୍ମିକା ମନ୍ଦାନା ଏକ ନକାରାତ୍ମକ ଭୂମିକାରେ ଅଭିନୟ କରିବେ ବୋଲି ଶୁଣାଯାଉଛି । ବର୍ତ୍ତମାନ ଅଧିକାଂଶ ସମୟରେ ଲଣ୍ଡନରେ ରହୁଥିବା ଅନୁଷ୍କାଙ୍କ ପାଇଁ ଏହା ଏକ ବଡ଼ କମବ୍ୟାକ୍ ହୋଇପାରେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ଅନୁଷ୍କାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ଆସନ୍ତା ଏପ୍ରିଲ ୮, ୨୦୨୬ରେ ଆଟଲିଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମର ପ୍ରଥମ ଟିଜର ରିଲିଜ ହେବାର ଯୋଜନା ରହିଛି ।
Tags:



