ଅର୍ଶଦଙ୍କ ପ୍ରଶଂସା

ଅର୍ଶଦଙ୍କ ପ୍ରଶଂସା
Ipsita Picture
By: Ipsita


ଅଭନେତା ଅର୍ଶଦ ବର୍ସୀ ନିକଟରେ ବଲିଉଡ େଓ୍ୱବସିରିଜ ବ୍ୟାଡ୍ସ ଅଫ ବଲିଉଡରେ ନଜର ଆସିଛନ୍ତି । ତେବେ ବର୍ତ୍ତମାନ ଅର୍ଶଦଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଶାହରୁଖଙ୍କ ପୁଅ ଆରିୟନଙ୍କର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ତାଙ୍କର େଓ୍ୱବସିରିଜର ଚରିତ୍ରର ଶ୍ରେୟ ସେ ଆରିୟନଙ୍କ ନିର୍ଦ୍ଦେଶନାକୁ ଦେଇଛନ୍ତି । ସେ ଜଣେ ଖୁବ ଭଲ ପିଲା ବୋଲି ଅର୍ଶଦ ମତ ଦେଇଛନ୍ତି । ଆରିୟନ ଏଭଳି ଜଣେ ନିର୍ଦ୍ଦେଶକ ଯାହାଙ୍କ ମୁଣ୍ଡରେ ସବୁବେଳେ ଫିଲ୍ମ ଚାଲିଥାଏ । ସେ ଆଗକୁ ଆହୁରି ଭଲଭଲ ପ୍ରୋଜେକଫ ଦର୍ଶକଙ୍କୁ ଭେଟି ଦେବେ ବୋଲି ଅର୍ଶଦ ମତ ଦେଇଛନ୍ତି । ସମସ୍ତ ଚରିତ୍ରକୁ ଆରିୟନ ନିଜେ ଲେଖିବା ସହିତ ନିଜେ କଳ୍ପନା କରିଛନ୍ତି । ଜଣେ କଳାକାର ହିସାବରେ ଆରିୟନଙ୍କ ଭଳି ନିର୍ଦ୍ଦେଶକଙ୍କ ସହିତ କାମ କରି ସେ ଖୁବ ଗର୍ବିତ ବୋଲି ଅର୍ଶଦ ମତ ଦେଇଛନ୍ତି ।

Read More ମେକ୍ସିକୋର ଫାତିମା ବ୍ରହ୍ମାଣ୍ଡ ସୁନ୍ଦରୀ

Tags: