କମେଡି କିଙ୍ଗ

ଅକ୍ଷୟ କୁମାର ନିଡର ଆକସନ୍‌ ସହିତ କମେଡି ପାଇଁ ମଧ୍ୟ ବେଶ୍‌ ପରିଚିତ । ତେବେ ନିକଟରେ ବ୍ୟାକ ଟୁ ବ୍ୟାକ ତାଙ୍କର କିଛି ଆକସନ୍‌ ଫିଲ୍ମ ଦର୍ଶକ ଦେଖିବାକୁ ପାଇଥିଲେ । ହେଲେ ପୁଣି ଆଗକୁ କିଛି କମେଡି ଫିଲ୍ମରେ ନଜର ଆସିବେ ଅକ୍ଷୟ । ତାଙ୍କ ହାତରେ ହାଉସ ଫୁଲ ୫, ଜଲି ଏଲ୍‌ଏଲ୍‌ବି ୩ ଲାଇନରେ ଥିବାବେଳେ ଭୁଲ ବଙ୍ଗଲା, ହେରା ଫେରି ୩ ମଧ୍ୟ ରହିଛି । ସେହିଭଳି ବର୍ତ୍ତମାନର ଖବର […]

କମେଡି କିଙ୍ଗ
Samaya Live Picture
Published On

ଅକ୍ଷୟ କୁମାର ନିଡର ଆକସନ୍‌ ସହିତ କମେଡି ପାଇଁ ମଧ୍ୟ ବେଶ୍‌ ପରିଚିତ । ତେବେ ନିକଟରେ ବ୍ୟାକ ଟୁ ବ୍ୟାକ ତାଙ୍କର କିଛି ଆକସନ୍‌ ଫିଲ୍ମ ଦର୍ଶକ ଦେଖିବାକୁ ପାଇଥିଲେ । ହେଲେ ପୁଣି ଆଗକୁ କିଛି କମେଡି ଫିଲ୍ମରେ ନଜର ଆସିବେ ଅକ୍ଷୟ । ତାଙ୍କ ହାତରେ ହାଉସ ଫୁଲ ୫, ଜଲି ଏଲ୍‌ଏଲ୍‌ବି ୩ ଲାଇନରେ ଥିବାବେଳେ ଭୁଲ ବଙ୍ଗଲା, ହେରା ଫେରି ୩ ମଧ୍ୟ ରହିଛି । ସେହିଭଳି ବର୍ତ୍ତମାନର ଖବର ଅନୁସାରେ ଖୁବଶୀଘ୍ର ଅକ୍ଷୟ କୁମାରଙ୍କୁ ଅନିସ ବଜମିଙ୍କ ଫିଲ୍ମରେ ଦେଖିବାକୁ ମିଳିବ । ସୂଚନା ଅନୁସାରେ ଏକ ଡବଲ ରୋଲ କମେଡି ଫିଲ୍ମରେ ଅକ୍ଷୟଙ୍କୁ ଆଗକୁ ଦେଖିବାକୁ ମିଳିବ । ଏହି ଖବର ଅକ୍ଷୟ ଫ୍ୟାନଙ୍କୁ ଖୁବ ପସନ୍ଦ ଆସିଛି, ସେମାନେ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ କରିଛନ୍ତି । ଫ୍ୟାନମାନେ ତାଙ୍କୁ କମେଡି କିଙ୍ଗର ଆଖ୍ୟା ଦେବାରେ ଲାଗିଛନ୍ତି ।

Tags: