ମହାରାଣୀଙ୍କ କମବ୍ୟାକ

ମହାରାଣୀଙ୍କ କମବ୍ୟାକ
Ipsita Picture
By: Ipsita

 

Read More ଯାହା ହେଲା ଭଲ ହେଲାନି

ଖୁବଶୀଘ୍ର ହୁମା କୁରେସି ମହାରାଣୀ ଭାବେ କମବ୍ୟାକ କରିବାକୁ ଯାଉଛନ୍ତି । ମହାରାଣୀ ୱେବସିରିଜର ଚତୁର୍ଥ ସିଜିନ୍ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୭ରେ ଏହା ରିଲିଜ ହେବ ବୋଲି ସୂଚନା ମିଳିଛି । ଏହି ଖବର ପ୍ରସାରିତ ହେବାପରେ ଏହି ୱେବସିରିଜର ଫ୍ୟାନମାନେ ଖୁବ ଖୁସି ପ୍ରକାଶ କରିଛନ୍ତି । ପୂର୍ବରୁ ୩ଟି ସିଜିନ ଖୁବ ଲୋକପ୍ରିୟ ହୋଇଛି, ଦର୍ଶକ ଏହାକୁ ଖୁବ ପସନ୍ଦ କରିଛନ୍ତି । ଓଟିଟି ପ୍ଲାଟଫର୍ମରେ ମହାରାଣୀର ସବୁତକ ସିଜିନ ଭାରତୀୟ ପଲିଟିକାଲ ଡ୍ରାମା ଇତିହାସରେ ଖୁବ ଭଲ ପ୍ରଦର୍ଶନ କରିଛି । ଦର୍ଶକ ଏହାକୁ ଖୁବ ଭଲପାଇବା ଦେଇଛନ୍ତି, ତେଣୁ ଚତୁର୍ଥ ସିଜିନକୁ ମଧ୍ୟ ସେତିକି ଭଲପାଇବା ମିଳିବ ବୋଲି ମେକର୍ସ ଆଶା ରଖିଛନ୍ତି । ଏଥିରେ ମଧ୍ୟ ହୁମାଙ୍କୁ କିଭଳି ରାଜନୀତିର ବିଭିନ୍ନ ଚାଲେଞ୍ଜକୁ ଫେସ କରି ଆଗକୁ ବଢୁଥିବାର ଦେଖିବାକୁ ମିଳିବ ।

Read More ମିଳିମିଶି ମୋ ପୁଅକୁ ମାରିଦେଲେ - ହ୍ୟୁମାନଙ୍କ ମା'

Tags: