ଡିମ୍ପଲ ଗର୍ଲଙ୍କ କମ୍ବ୍ୟାକ
କିଛି ଦିନ ତଳେ ଜଣା ପଡିଥିଲା କି ନବେଦଶକର ଡିମ୍ପଲ ଗର୍ଲ ପ୍ରିତି ଜିଣ୍ଟା ପୁଣି କମ୍ବ୍ୟାକ କରୁଛନ୍ତି । ଏହାପରେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନର ସୂଚନା ଅନୁସାରେ ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ ଲାହୋର ୧୯୪୭ ଦ୍ୱାରା ସେ କମବ୍ୟାକ କରିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଛି ବୋଲି ପ୍ରିତିଜିଣ୍ଟା ନିଜେ ସୂଚନା ଦେଇଛନ୍ତି । ସୁଟିଂ ସେଟରୁ ଏକ ଫଟୋ […]
କିଛି ଦିନ ତଳେ ଜଣା ପଡିଥିଲା କି ନବେଦଶକର ଡିମ୍ପଲ ଗର୍ଲ ପ୍ରିତି ଜିଣ୍ଟା ପୁଣି କମ୍ବ୍ୟାକ କରୁଛନ୍ତି । ଏହାପରେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନର ସୂଚନା ଅନୁସାରେ ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ ଲାହୋର ୧୯୪୭ ଦ୍ୱାରା ସେ କମବ୍ୟାକ କରିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଛି ବୋଲି ପ୍ରିତିଜିଣ୍ଟା ନିଜେ ସୂଚନା ଦେଇଛନ୍ତି । ସୁଟିଂ ସେଟରୁ ଏକ ଫଟୋ ନିଜେ ପ୍ରିତି ଅପଲୋଡ କରି ଏହି ସୂଚନା ପ୍ରଦାନ କରିଛନ୍ତି । ଫଟୋଟି ସେୟାର ହେବାପରେ ଦର୍ଶକ ଏହାକୁ ଖୁବ ଲାଇକ୍ ସେୟାର କରୁଥିବାର ଦେଖିବାକୁ ମିଳୁଛି । ନବେଦଶକର ବେଶ୍ ହିଟ୍ ନାୟିକା ଥିଲେ ପ୍ରିତି ଜିଣ୍ଟା । ତାଙ୍କର ଅଭିନୟ ସହିତ ଡିମ୍ପଲର ସମସ୍ତେ ଫ୍ୟାନ ଥିଲେ । ଏହି ଫିଲ୍ମ ଲାହୋର ୧୯୪୭ରେ ଦର୍ଶକ ଲିଡ୍ ରୋଲରେ ପ୍ରିତିଜିଣ୍ଟା ଓ ସନ୍ନି ଦେୱଲଙ୍କୁ ଦେଖିବାକୁ ପାଇବେ, ଯାହାର ପ୍ରଯୋଜନା ଅମିର ଖାନ କରିଛନ୍ତି । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଭିMି କୌଶଲ, ଶିଳ୍ପା ସେଟ୍ଟୀ, ଅଲ୍ଲି ଫଜଲ, ଶବାନା ଆଜମି, ମିଥୁନ ଚକ୍ରବର୍ତ୍ତୀ, କରନ ଦେୱଲ ପ୍ରମୁଖ ନଜର ଆସିବେ ।




