ଦେଶୀଗର୍ଲଙ୍କ କମବ୍ୟାକ
By: Ipsita
ଅଭିନେତା ମହେଶବାବୁ ଓ ନିର୍ଦ୍ଦେଶକ ଏସ୍ଏସ ରାଜାମୋଲିଙ୍କର ଅପକମିଂ ପ୍ରୋଜେକଫର ନୂଆ ପୋଷ୍ଟର ନିକଟରେ ରିଲିଜ ହୋଇଛି । ଯେଉଁଥିରେ ପ୍ରିୟଙ୍କାଙ୍କୁ ଦେଶୀ ଅବତାରରେ ଦେଖିବାକୁ ମିଳିଛି । ଭାରତର ଦେଶୀଗର୍ଲଭାବେ ପରିଚିତ ପିସିଙ୍କୁ ଅନେକଦିନ ପରେ ପୁଣି ଏହି ଲୁକରେ ଦେଖି ତାଙ୍କ ଫ୍ୟାନମାନେ ଖୁବ ଖୁସି ହୋଇଛନ୍ତି । ଫିଲ୍ମର ଟାଇଟଲ ଏସ୍ଏସଏମବି୨୯ ରହିଛି ବୋଲି ଜଣା ପଡ଼ିଛି । ଫିଲ୍ମର ପୋଷ୍ଟରକୁ ନିଜେ ନିର୍ଦ୍ଦେଶକ ସୋସିଆଲମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ପୋଷ୍ଟରରେ ନିର୍ଦ୍ଦେଶକ ରାଜାମୌଲି ପ୍ରିୟଙ୍କାଙ୍କୁ େଓ୍ୱଲକମବ୍ୟାକ ଲେଖିଛନ୍ତି । ଫିଲ୍ମରେ ପ୍ରିୟଙ୍କାଙ୍କ ଚରିତ୍ରର ନାଁ ମନ୍ଦାକିନି ବୋଲି ପୋଷ୍ଟରୁ ଜଣା ପଡୁଛି । ଏହି ଖବର ଜଣା ପଡିବାପରେ ପ୍ରିୟଙ୍କାଙ୍କ ଫ୍ୟାନ ତାଙ୍କ ଫିଲ୍ମ ଦେଖିବାକୁ ଉତ୍କ=ାର ସହିତ ଅପେକ୍ଷା କରିଥିବା ସୋସିଆଲ ମିଡିଆରୁ ଜଣା ପଡୁଛି । ସମସ୍ତେ ଦେଶୀ ଗର୍ଲଙ୍କର ପୁଣିଥରେ ଦେଶୀଅବତାର ଦେଖିବାକୁ ଚାହିଁ ବସିଥିବା ବିଭିନ୍ନ କମେଣ୍ଟରେ ଜଣାଇଛନ୍ତି ।
Read More ଅକାଳ ବିୟୋଗ
Tags:


