ଖୁବ୍ଶୀଘ୍ର କ୍ରିସ୍ ୪ !
ଗ୍ରିକ୍ ଗଡ୍ ହ୍ରିତିକ ରୋଶନଙ୍କ ସୁପରହିରୋ ଥ୍ରିଲର୍ ଫ୍ରାଞ୍ଚାଇଜ୍ କ୍ରିସ୍ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । କୋଇ ମିଲ୍ ଗୟା ଠାରୁ ଆରମ୍ଭ କରି କ୍ରିସ୍ର ସମସ୍ତ ପାର୍ଟ ବକ୍ସ ଅଫିସ୍ରେ ଭଲ ପରଫର୍ମ କରିଥିବାବେଳେ ଦର୍ଶକଙ୍କ ଠାରୁ ବି ଏହାକୁ ଭଲ ରେସ୍ପନ୍ସ ମିଳିଥିଲା । ଠିକ୍ ସେହିପରି ବର୍ତ୍ତମାନ କ୍ରିସ୍ ପ୍ରେମୀଙ୍କ ପାଇଁ ଖୁସିଖବର । ବହୁପ୍ରତୀକ୍ଷିତ କ୍ରିସ୍ ୪କୁ ନେଇ ଲାଟେଷ୍ଟ ଅପ୍ଡେଟ୍ ମିଳିଛି, ଯେଉଁଥିରେ ଫିଲ୍ମଟିର ସୁଟିଂ ଖୁବ୍ଶୀଘ୍ର କରାଯିବ […]
ଗ୍ରିକ୍ ଗଡ୍ ହ୍ରିତିକ ରୋଶନଙ୍କ ସୁପରହିରୋ ଥ୍ରିଲର୍ ଫ୍ରାଞ୍ଚାଇଜ୍ କ୍ରିସ୍ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । କୋଇ ମିଲ୍ ଗୟା ଠାରୁ ଆରମ୍ଭ କରି କ୍ରିସ୍ର ସମସ୍ତ ପାର୍ଟ ବକ୍ସ ଅଫିସ୍ରେ ଭଲ ପରଫର୍ମ କରିଥିବାବେଳେ ଦର୍ଶକଙ୍କ ଠାରୁ ବି ଏହାକୁ ଭଲ ରେସ୍ପନ୍ସ ମିଳିଥିଲା । ଠିକ୍ ସେହିପରି ବର୍ତ୍ତମାନ କ୍ରିସ୍ ପ୍ରେମୀଙ୍କ ପାଇଁ ଖୁସିଖବର । ବହୁପ୍ରତୀକ୍ଷିତ କ୍ରିସ୍ ୪କୁ ନେଇ ଲାଟେଷ୍ଟ ଅପ୍ଡେଟ୍ ମିଳିଛି, ଯେଉଁଥିରେ ଫିଲ୍ମଟିର ସୁଟିଂ ଖୁବ୍ଶୀଘ୍ର କରାଯିବ ବୋଲି ଜଣାପଡ଼ିଛି । ପୂର୍ବ ପାର୍ଟ ଭଳି ଏହାକୁ ମଧ୍ୟ ରାକେଶ ରୋଶନ୍ ପ୍ରଯୋଜିତ କରିବା ସହ ନିର୍ଦ୍ଦେଶନା ଦେବେ । ଫିଲ୍ମଟି ବର୍ତ୍ତମାନ ଆଡ୍ଭାନ୍ସ ଷ୍ଟେଜ୍ରେ ରହିଥିବାବେଳେ ଏହି ସମର୍ରେ ଫିଲ୍ମର କନ୍ସେପଫ, ସ୍କ୍ରିପଫ ଓ ଅନ୍ୟ ସେଗ୍ମେଣ୍ଟ ଉପରେ କାର୍ଯ୍ୟାରମ୍ଭ କରାଯିବ ବୋଲି ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନ ହ୍ରିତିକ ଅପ୍କମିଂ ଫିଲ୍ମ ୱାର୍ ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ସୁଟିଂ ସରିବା ପରେ କ୍ରିସ୍ ୪ର ସୁଟିଂ କରାଯିବ । ତେବେ ମୋଟ ଉପରେ ୨୦୨୫ରେ କ୍ରିସ୍ ୪ର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ୨୦୦୩ରେ କୋଇ ମିଲ୍ ଗୟା ଫିଲ୍ମରୁ କ୍ରିସ୍ ଫ୍ରାଞ୍ଚାଇଜ୍ର ଆରମ୍ଭ ହୋଇଥିଲା । ଯେଉଁଥିରେ ହ୍ରିତିକଙ୍କ ସହିତ ପ୍ରୀତି ଜିଣ୍ଟା, ରେଖା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏହାର ତିନିବର୍ଷ ପରେ କ୍ରିସ ରିଲିଜ୍ କରାଗଲା, ଯେଉଁଥିରେ କ୍ରିସ୍କୁ ପରିଚିତ କରାଗଲା । ଏହାର ଦୀର୍ଘ ୭ ବର୍ଷ ପରେ ୨୦୧୩ରେ କ୍ରିସ ୩ ରିଲିଜ୍ କରାଗଲା । ବର୍ତ୍ତମାନ ଦୀର୍ଘ ୧୧ ବର୍ଷ ପରେ କ୍ରିସ୍ ୪ର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ଯାହାଫଳରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଉତ୍ସୁକତା ଦେଖିବାକୁ ମିଳିଛି ।




