ପସନ୍ଦ ଆସନ୍ତି ଇମ୍ତିଆଜ

ପସନ୍ଦ ଆସନ୍ତି ଇମ୍ତିଆଜ
Ipsita Picture
By: Ipsita
Published On

 

ଅଦିତି ରାଓ ହାଇଦରୀ ପୁଣିଥରେ ଇମତିଆଜ କ୍ୟାମ୍ପରେ। 'ରକଷ୍ଟାର'ରେ ତାଙ୍କର ସ୍ୱଳ୍ପ ଭୂମିକା ପରେ, ଅନେକ ପ୍ରଶଂସକ ଏହି ଦୁହିଁଙ୍କୁ ଏକାଠି ଦେଖିବାକୁ ଉତ୍ସାହିତ ଥିଲେ। ଉଭୟଙ୍କୁ ପୁଣି ଫିଲ୍ମ  'ଓ ସାଥି ରେ'ରେ ଦେଖିବାକୁ ମିଳିବ । ନେଟଫ୍ଲିକ୍ସର ଏହି ପ୍ରଡକ୍ସନ୍ ଏକ ମେଟ୍ରୋ ସିଟିର ପ୍ରେମ କାହାଣୀ ଉପରେ ଆଧାରିତ । ତେବେ ନିକଟରେ ଇମତିଆଜ ଅଲୀଙ୍କ ସହ କାମ କରିବାର ଅନୁଭୂତି ବଖାଣିଛନ୍ତି ଅଦିତି । ଇମତିଆଜ୍ ହେଉଛନ୍ତି ଏମିତି ଏକ ନିର୍ଦ୍ଦେଶକ ଯାହାଙ୍କ ସହ ସେ ସବୁବେଳେ କାମ କରିବାକୁ ଚାହାନ୍ତିବୋଲି ମତ ଦେଇଛନ୍ତି । 'ରକଷ୍ଟାର' ଏବଂ  'ଓ ସାଥି ରେ' ତାଙ୍କ ସହିତ କାମ କରିବାପରେ ଇଚ୍ଛା ଅଛି ଗୋଟିଏ ସମ୍ପୂର୍ଣ୍ଣ ଫିଲ୍ମରେ ତାଙ୍କ ସହ କାମ କରିବାକୁ। ଇମତିଆଜଙ୍କ ସହିତ କାମ କରିବାଫଳରେ ଜଣେ ଅଭିନେତାଙ୍କୁ ଅନେକ କିଛି ଶିଖିବାକୁ ମିଳିବ, ଯାହାର ଫାଇଦା ସେ ଉଠାଇବାକୁ ଚାହାନ୍ତି ବୋଲି ନିଜ ମତରେ କହିଛନ୍ତି । ଆଗକୁ ତାଙ୍କୁ ଏହି ସୁଯୋଗ ନିଶ୍ଚିତ ମିଳିବ ବୋଲି ଅଦିତି ଆଶାବାଦୀ ଅଛନ୍ତି ।

Tags: