ପସନ୍ଦ ଆସିବ କେମେଷ୍ଟ୍ରୀ
ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ବହୁପ୍ରତୀକ୍ଷିତ ପାରିବାରିକ ମ୍ୟୁଜିକାଲ୍ ଡ୍ରାମା 'ୟେ ପ୍ରେମ ମୋଲ୍ ଲିୟା'ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ଶର୍ଭରୀ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ। ରାଜଶ୍ରୀ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ସୂରଜ ବଡ଼ଜାତ୍ୟାଙ୍କ ଆଇକନିକ୍ ଚରିତ୍ର 'ପ୍ରେମ' ଦୀର୍ଘ ୧୧ ବର୍ଷ ପରେ ପରଦାକୁ ଫେରୁଛି । ତେବେ ସୂଚନା ଅନୁସାରେ ଏହା ଆସନ୍ତା ୨୭ ନଭେମ୍ବର ୨୦୨୬ରେ ରିଲିଜ ହେବାକୁ ଯାଉଛି । ହିମେଶ ରେସମିୟାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ଶର୍ଭରୀଙ୍କ ଦମଦାର କେମେଷ୍ଟ୍ରୀକୁ ଦର୍ଶକ ଖୁବ ଭଲପାଇବା ଦେବେ ବୋଲି ଜଣାପଡିଛି । ଉଭୟ ଶର୍ଭରୀ ଓ ଆୟୁଷ୍ମାନଙ୍କ ପାଇଁ ଏହି ଫିଲ୍ମଟି ହଟକେ ହେବ ବୋଲି ଜଣା ପଡିଛି ।
Tags:



