ପସନ୍ଦ ଆସୁଛି କେମେଷ୍ଟ୍ରୀ
By: Ipsita
ସମ୍ବନ୍ଧିତ ଖବର ବଦଳୁଛି ପ୍ରୋଜେକ୍ଟ
ନିକଟରେ ‘ବ୍ୟାଟେଲ ଅଫ୍ ଗଲଓ୍ବାନ’ର ଏକ ରୋମାଣ୍ଟିକ ଗୀତ ‘ମୈ ହୁଁ’ ମୁକ୍ତିଲାଭ କରିଛି, ଯେଉଁଥିରେ ସୁପରଷ୍ଟାର ସଲମାନ ଖାନ ଏବଂ ଚିତ୍ରାଙ୍ଗଦା ସିଂଙ୍କୁ ଏକାଠି ଦେଖିବାକୁ ମିଳିଛି । ତେବେ ଗୀତରେ ଉଭୟଙ୍କ ମଧ୍ୟର କେମିଷ୍ଟ୍ରିକୁ ଦର୍ଶକ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳିିଛି । ଉଭୟଙ୍କର ଅନସ୍କ୍ରିନ ରୋମାନ୍ସ ଫିଲ୍ମକୁ ଏକ ନୂଆ ଟୁଇଷ୍ଟ ଦେବ ବୋଲି ସମସ୍ତେ ମତ ଦେବାରେ ଲାଗିଛନ୍ତି । ପୂର୍ବରୁ ରିଲିଜ୍ ହୋଇଥିବା ଗୀତ ‘ମାତୃଭୂମି’କୁ ୫୦ ମିଲିୟନରୁ ଅଧିକ ଭ୍ୟୁ ମିଳିଛି । ଚିତ୍ରଙ୍ଗଦାଙ୍କ ସହିତ ସଲମାନଙ୍କର ପ୍ରଥମ ଅନସ୍କ୍ରିନ ରୋମାନ୍ସକୁ ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ବ ଅୟାନ ଲାଲ ନେଇଥିବାବେଳେ ଗୀତକୁ ସ୍ୱରରେ ସଜାଇଛନ୍ତି ଶ୍ରେୟା ଘୋଷାଲ । ସଲମାନ ଖାନଙ୍କ ପ୍ରଯୋଜନା ଓ ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରିବ ବୋଲି ମେକର୍ସ ଆଶା ରଖିଛନ୍ତି ।
ସମ୍ବନ୍ଧିତ ଖବର ରୋମାଣ୍ଟିକ କମେଡିରେ ରଶ୍ମିକା
Tags:
Related Posts



