ନିଅନ୍ତି ଅଧିକ ଫି’

ଦୀପିକା ଓ ରଣବୀର ସିଂଙ୍କ ଯୋଡିକୁ ଦର୍ଶକ ସବୁବେଳେ ଭଲପାଇବା ଦେଇଥାଆନ୍ତି । ଏହି ଯୋଡି ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ୍‌ ହୋଇଛି । କେବଳ ଫିଲ୍ମ ନୁହେଁ ଏହି ଯୋଡିଙ୍କୁ କେତେକ ବିଜ୍ଞାପନରେ ମଧ୍ୟ ଏକାଠି ଦେଖିବାକୁ ମିଳିଛି । ହେଲେ ଏହି ବିଜ୍ଞାପନକୁ ନେଇ ଦୀପିକା ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । କୌଣସି ବିଜ୍ଞାପନରେ ରଣବୀରଙ୍କ ସହ ଅଭିନୟ ପାଇଁ ସେ ଅଧିକ ଫି’ ଚାର୍ଜ କରିଥାଆନ୍ତି । ସେହିଭଳି […]

Samaya Live Picture
Published On

ଦୀପିକା ଓ ରଣବୀର ସିଂଙ୍କ ଯୋଡିକୁ ଦର୍ଶକ ସବୁବେଳେ ଭଲପାଇବା ଦେଇଥାଆନ୍ତି । ଏହି ଯୋଡି ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ୍‌ ହୋଇଛି । କେବଳ ଫିଲ୍ମ ନୁହେଁ ଏହି ଯୋଡିଙ୍କୁ କେତେକ ବିଜ୍ଞାପନରେ ମଧ୍ୟ ଏକାଠି ଦେଖିବାକୁ ମିଳିଛି । ହେଲେ ଏହି ବିଜ୍ଞାପନକୁ ନେଇ ଦୀପିକା ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । କୌଣସି ବିଜ୍ଞାପନରେ ରଣବୀରଙ୍କ ସହ ଅଭିନୟ ପାଇଁ ସେ ଅଧିକ ଫି’ ଚାର୍ଜ କରିଥାଆନ୍ତି । ସେହିଭଳି ଉଭୟଙ୍କର ଫି’ ମଧ୍ୟ ଭିନ୍ନଭିନ୍ନ ଥାଏ ବୋଲି ଆକ୍ଟ୍ରେସ ସୂଚନା ଦେଇଛନ୍ତି । ଉଭୟ ନିଜ ନିଜର ପରିଶ୍ରମର ମୂଲ୍ୟ ସବୁବେଳେ ବୁଝନ୍ତି, ତେଣୁ ଫି’କୁ ନେଇ ମଧ୍ୟ ଉଭୟଙ୍କ ମତ ଭିନ୍ନ ରହିଥାଏ । ସେହିଭଳି ସେମାନେ ଅନ୍ୟ ପାୱାର କପଲଙ୍କ ଭଳି ଇମ୍‌ବାଲାନ୍ସ ମଧ୍ୟ ହେବାକୁ ଚାହାନ୍ତି ନାହିଁ, ସେଥିପାଇଁ ଅଲଗା ଅଲଗା ଫି’ ଚାର୍ଜ କରିଥାଆନ୍ତି । ନିଜର ଏହି ନିଷ୍ପତ୍ତିକୁ ନେଇ ସେମାନେ ବେଶ୍‌ ଗର୍ବିତ ବୋଲି ଦୀପିକା ମତ ରଖିଛନ୍ତି । ବର୍ତ୍ତମାନ ଦୀପିକା ନିଜର ଫିଲ୍ମ ଯବାନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

Tags: