କାନ୍ସର ଶେଷ ଦିନରେ ଧମାଲ ମଚେଇଲେ ଦୀପିକା
ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ସମସ୍ତଙ୍କ ହୋସ୍ ଉଡାଇଲେ ଦୀପିକା । ଫେଷ୍ଟିଭାଲର ଶେଷ ଦିନରେ ଦୀପିକାଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ସେ ରୟାଲ୍ ଲୁକରେ ନଜର ଆସିଛନ୍ତି । ଫଟୋ ଗୁଡ଼ିକରେ ଦୀପିକା ଏକ ଧଳା ରଙ୍ଗର ରଫଲ୍ ଶାଢୀରେ େୱଷ୍ଟର୍ଣ୍ଣ ଓ ଦେଶୀ ଲୁକକୁ ମିକ୍ସ କରିଛନ୍ତି । ଏହା ବ୍ୟତୀତ ଦୀପିକା ଧଳା ମୋତିର ଏକ ଭାରି ଗହଣା ପିନ୍ଧିଛନ୍ତି । ଲୋକମାନେ ଦୀପିକାଙ୍କ ଏହି […]
ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ସମସ୍ତଙ୍କ ହୋସ୍ ଉଡାଇଲେ ଦୀପିକା । ଫେଷ୍ଟିଭାଲର ଶେଷ ଦିନରେ ଦୀପିକାଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ସେ ରୟାଲ୍ ଲୁକରେ ନଜର ଆସିଛନ୍ତି । ଫଟୋ ଗୁଡ଼ିକରେ ଦୀପିକା ଏକ ଧଳା ରଙ୍ଗର ରଫଲ୍ ଶାଢୀରେ େୱଷ୍ଟର୍ଣ୍ଣ ଓ ଦେଶୀ ଲୁକକୁ ମିକ୍ସ କରିଛନ୍ତି । ଏହା ବ୍ୟତୀତ ଦୀପିକା ଧଳା ମୋତିର ଏକ ଭାରି ଗହଣା ପିନ୍ଧିଛନ୍ତି । ଲୋକମାନେ ଦୀପିକାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି । ଦୀପିକାଙ୍କ ଏହି ଆଉଟଫିଟ୍ ପ୍ରସିଦ୍ଧ ଡିଜାଇନର ଅବୁ-ଜାନି-ସନ୍ଦୀପ୍ ଖୋସଲା ଡିଜାଇନ୍ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକାଙ୍କ ଇଣ୍ଡୋ-େୱଷ୍ଟର୍ଣ୍ଣରୁ େୱଷ୍ଟର୍ଣ୍ଣ-ଇଣ୍ଡୋ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଲୁକ୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି । କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ବଲିଉଡର ଅନେକ ନାମିଦାମୀ ସେଲେବ୍ରିଟି ଭାଗ ନେଇଥିଲେ । ତେବେ ଚଳିତ ଥର ଏହି ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ହେବା ସୁଯୋଗ ପାଇଥିଲେ ଦୀପିକା । ଏଥିରେ ଭାଗ ନେଇଥିବା ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ତାଙ୍କ ଷ୍ଟାଇଲ୍ ଥିଲା ପୁରା ଭିନ୍ନ । ତେବେ ତାଙ୍କର ସବୁ ଲୁକକୁ ଭୁରି ଭୁରି ପ୍ରଶଂସା କରାଯାଉଛି ।




