ସେଲିନାଙ୍କ ଦୁଃଖ
By: Ipsita
ବଲିଉଡ ଅଭିନେତ୍ରୀ ସେଲିନା ଜେଟଲୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁସାରେ ସେଲିନାଙ୍କ ଭାଇ ଅବସରପ୍ରାପ୍ତ ମେଜର ବିକ୍ରାନ୍ତ କୁମାର ଜେଟଲି ଗତ କିଛି ମାସ ହେବୟୁଏଇର ଗିରଫରେ ଅଛନ୍ତି । ଅଭିନେତ୍ରୀ ନିଜ ଭାଇଙ୍କୁ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରୁଛନ୍ତି । ନିକଟରେ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏହାରି ଭିତରେ ସେଲିନାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ନିଜ ଭାଇଙ୍କ ପାଇଁ କାନ୍ଦୁଥିବାର ଦେଖିବାକୁ ମିଳୁଛି । ସେ ନିଜ ଭାଇଙ୍କୁ ଖୁବ ମନେ ପକାଉଛନ୍ତି । ସେ କହିଛନ୍ତି କି ତାଙ୍କର ଆଶା ଅଛି ତାଙ୍କୁ ସେ ଖୁବ ଶୀଘ୍ର ଫେରାଇ ଆଣିବେ । ନିଜ ଭାଇଙ୍କ ପାଇଁ ସେ ଖୁବ ପ୍ରାର୍ଥନା କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ସେଲିନାଙ୍କୁ ଦିଲ୍ଲୀ ହାଇକୋର୍ଟ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି କ୍ରମରେ କୋର୍ଟ କାମ ମଧ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି । ତେଣୁ ସେଲିନା ଏହାକୁ ନେଇ ମଧ୍ୟ ଖୁବ ଆଶାବାଦୀ ଅଛନ୍ତି ।
Read More ଷ୍ଟାରକାଷ୍ଟଙ୍କ ଉପରେ ରହିଛି ଭରସା
Tags:


