ସେଲିନାଙ୍କ ଅଭିଯୋଗ
ସେଲିନା ଜେଟଲି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି, କାରଣ ହେଉଛି ତାଙ୍କର ବ୍ୟକ୍ତିଗତ ଜୀବନ । ନିକଟରେ ସେ ନିଜ ସ୍ବାମୀ ପିଟର ହାଗଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ମାମଲା କୋର୍ଟରେ ପହଞ୍ଚିଛି । ସ୍ବାମୀଙ୍କ କ୍ରୁରତା ଉପରେ ସେଲିନା ବର୍ତ୍ତମାନ ସମସ୍ତଙ୍କ ଆଗରେ କଥା ହେବା ଆରମ୍ଭ କରିଛନ୍ତି । ତେବେ ସେଲିନାଙ୍କ ଅଭିଯୋଗ ପରେ ଫ୍ୟାନମାନେ ତାଙ୍କ ପାଇଁ ଖୁବ ଚିନ୍ତିତ ହେଉଥିବା ଦେଖିବାକୁ ମିଳିଛି । ସେଲିନାଙ୍କ ସ୍ବାମୀ ତାଙ୍କ ଉପରେ ଶାରିରୀକ ଅତ୍ୟାଚାର କରୁଥିବା ନେଇ ସେ କୋର୍ଟରେ ମତ ଦେଇଛନ୍ତି । ଛୁଆ ଜନ୍ମ ହେବାର କିଛି ଦିନ ପରେ ହିଁ ପିଟର ତାଙ୍କୁ ମାଡ ମାରିଥିବା ନେଇ ସେ ନିଜ ପିଟିସନରେ ଦର୍ଶାଇଛନ୍ତି । କେବଳ ଶାରିରୀକ ନୁହେଁ ମାନସିକ ସ୍ତରରେ ମଧ୍ୟ ସେ ସେଲିନାଙ୍କୁ ଅତ୍ୟାଚାରିତ କରୁଥିବା ନେଇ ସେଲିନା ଏହି ଅଭିଯୋଗରେ ଦର୍ଶାଇଛନ୍ତି । ଆଗକୁ ସେ ଏହି ମାମଲାରେ ନ୍ୟାୟ ଚାହୁଁଥିବା ନେଇ ଅନେକ ସ୍ଥାନରେ ମତ ଦେଇଛନ୍ତି । କିଛି ଦିନ ପୂର୍ବରୁ ସେ ନିଜ ଭାଇଙ୍କ ମଧ୍ୟ ଖୁବ ଚିନ୍ତାରେ ଥିଲେ ।


