କାଷ୍ଟିଂ କାଉଚ ଅନୁଭୂତି ଖୁବ ଖରାପ

କାଷ୍ଟିଂ କାଉଚ ଅନୁଭୂତି ଖୁବ ଖରାପ
Ipsita Picture
By: Ipsita
Published On


ନିକଟରେ ବିଗବସ ପ୍ରତିଯୋଗୀ ମାଳତୀ ଚହର ଏକ ପୋଡକାଷ୍ଟରେ ମନଖୋଲି କଥା ହେବାର ଦେଖିବାକୁ ମିଳିଛି । ଏହି ପୋଡକାଷ୍ଟରେ ମାଳତୀ ମନଖୋଲି ସବୁ ବିଷୟରେ କଥା ହୋଇଛନ୍ତି । କ୍ୟାରିୟରରେ ସବୁଠାରୁ କଷ୍ଟଦାୟକ ତାଙ୍କ ପାଇଁ ଥିଲା କାଷ୍ଟିଂ କାଉଚର ଅନୁଭୂତି ବୋଲି ସେ ଏହି ପୋଡକାଷ୍ଟରେ ମନ୍ତବ୍ୟ ଦେଇଛନ୍ତି । ସାଉଥର ଗୋଟିଏ ଫିଲ୍ମର କାହାଣୀ ଶୁଣିବା ପାଇଁ ସେ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଦେଖାହୋଇଥିଲେ । ଏହାପରେ ପ୍ରଯୋଜକ ତାଙ୍କୁ ଏକୁଟିଆ ସାକ୍ଷାତ କରିବାକୁ ଇଚ୍ଛା କରିଥିଲେ ହେଲେ ସେ ତାଙ୍କ ସହିତ ସାକ୍ଷାତ କରିନଥିଲେ । ଏହାପରେ ଆଉଏକ ଅନୁଭୂତି ସମ୍ପର୍କରେ ମଧ୍ୟ ମାଳତୀ କଥା ହୋଇଛନ୍ତି । ଏଥିରେ ସେ ଜଣେ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଯାହାଙ୍କୁ ସେ ଅଭିବାଦନ କରିବା ସମୟରେ ସେ ତାଙ୍କୁ ଦୁର୍ବବ୍ୟବହାର କରିଥିବା ମାଳତୀ ପ୍ରକାଶ କରିଛନ୍ତି । ଏହି ସବୁ ଘଟଣା ତାଙ୍କୁ ଖୁବ କଷ୍ଟ ଦେବା ସହିତ ଜୀବନରେ ଅନେକ କିଛି ଶିଖାଇଛି ବୋଲି ମାଳତୀ ପ୍ରକାଶ କରିଛନ୍ତି ।

Tags: