ବ୍ୟସ୍ତ ନାୟିକା ୟାମୀ

ବ୍ୟସ୍ତ ନାୟିକା ୟାମୀ
Ipsita Picture
By: Ipsita
Published On

 

ବଲିଉଡର ଭର୍ସାଟାଇଲ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଆଗକୁ ଏକ ଭିନ୍ନ ଏବଂ ସାହସିକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଚର୍ଚ୍ଚା ହେଉଛି ଯେ, ତାଙ୍କୁ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଆନନ୍ଦ ଏଲ୍. ରାଇଙ୍କର ନଇ ନଭେଲୀନାମକ ଏକ ପୌରାଣିକ ହରର୍-କମେଡ଼ି ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମଟି ପ୍ରାଚୀନ ଲୋକକଥା ଏବଂ ଆଧୁନିକ କାହାଣୀର ଏକ ଅନନ୍ୟ ମିଶ୍ରଣ ହେବ, ଯେଉଁଥିରେ ସାଉଥର ବଡ଼ ଟେକ୍ନିକାଲ ଟିମ୍ ସାମିଲ ହେବେ। ସୂଚନା ଅନୁଯାୟୀ, ମୁମ୍ବାଇର ମାଲଭଣୀ ଅଞ୍ଚଳରେ ଗତ ଏକ ସପ୍ତାହ ଧରି ଏହି ଫିଲ୍ମର ସୁଟିଂ ଗୋପନୀୟ ଭାବେ ଜାରି ରହିଛି ଏବଂ ଏହାର ପ୍ରସ୍ତୁତି ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା। ମିରଟର ପୃଷ୍ଠଭୂମି ଉପରେ ଆଧାରିତ ଏହି କାହାଣୀରେ ଜଣେ ନବବଧୂ ଘରକୁ ଆସିବା ପରେ ଘଟୁଥିବା ରହସ୍ୟମୟ ଘଟଣାକୁ ଦର୍ଶାଯାଇଛି । ଏଥିରେ ୟାମୀଙ୍କୁ ପୁଣିଥରେ ଆକ୍ସନ ଅବତାରରେ ଦେଖିବାକୁ ମିଳିବ। ୨୦୨୬ ଶେଷ ସୁଦ୍ଧା ରିଲିଜ ହେବାକୁ ଥିବା ଏହି ଫିଲ୍ମ ବ୍ୟତୀତ ୨୦୨୭ରେ ୟାମୀ ନିଜ ସ୍ୱାମୀ ଆଦିତ୍ୟ ଧରଙ୍କ ଏକ ବଡ଼ ଆକ୍ସନ ପ୍ରୋଜେକ୍ଟ ଏବଂ ଏକ ସ୍ପାଏ-ଥ୍ରୀଲରରେ ମଧ୍ୟ ନଜର ଆସିବେ । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି ।

Tags: