ଭାଙ୍ଗିଲେ ଟ୍ରାଡିସନ
ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜ ପ୍ରେଗ୍ନେସିର ଏକ ଝଲକ୍ ଫ୍ୟାନଙ୍କ ସହ ସେୟାର କରିଛନ୍ତି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ତାଙ୍କର ସରଳ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟୁଛି । ଅନ୍ୟ ସେଲିବ୍ରିଟିଙ୍କ ଭଳି ଗ୍ଲାମର ମ୍ୟାଟରନିଟି ଫଟୋସୁଟ୍ କରିବା ପରିବର୍ତ୍ତେ ସାମନ୍ଥା ବେଶ୍ ସାଧାରଣ ଭାବେ ଏକ ସୋଫା ଉପରେ ଆରାମରେ ବସି ନିଜ ବେବି ବମ୍ପ୍ ଦେଖାଇ ଫଟୋ ପୋଷ୍ଟ କରିଛନ୍ତି । ଏହାସହ ମଜାଳିଆ ଢଙ୍ଗରେ "ଏହାକୁ ମୋର ମ୍ୟାଟରନିଟି ସୁଟ୍ ବୋଲି ଭାବିନିଅନ୍ତୁ" ବୋଲି କ୍ୟାପସନ୍ ଲେଖିଛନ୍ତି। ଲାଲ୍ ପ୍ରିଣ୍ଟେଡ୍ କୁର୍ତ୍ତା, ଧଳା ପାଇଜାମା ଏବଂ କଳା ଚଷମା ପିନ୍ଧିଥିବା ସାମନ୍ଥାଙ୍କର ଏହି ଫଟୋ ବେଶ୍ ଭାଇରାଲ୍ ହେଉଛି । ସୂଚନା ଅନୁସାରେ ୨୦୨୫ ମସିହା ଡିସେମ୍ବର ୧ ତାରିଖରେ ରାଜ ନିଦିମୋରୁଙ୍କୁ ସମାନ୍ଥା ବିବାହ କରିଥିଲେ ।
Tags:




