ବ୍ରେକଅପ୍ ନା ପବ୍ଲିସିଟି ଷ୍ଟଣ୍ଟ୍ !
ସ୍ତ୍ରୀ ଫେମ୍ ଶ୍ରଦ୍ଧା କପୁର ଗତ କିଛିଦିନ ହେବ ନିଜ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ତେବେ ବର୍ତ୍ତମାନ ନିଜର ବ୍ରେକଅପ୍କୁ ନେଇ ଶ୍ରଦ୍ଧା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସୋସିଆଲ ମିଡିଆରେ ଶ୍ରଦ୍ଧା ନିଜ ବୟଫ୍ରେଣ୍ଡ୍ ରାହୁଲଙ୍କୁ ଅନ୍ଫଲୋ କରିଦେଇଛନ୍ତି । କେବଳ ରାହୁଲ ନୁହେଁ ଶ୍ରଦ୍ଧା ତାଙ୍କ ଭଉଣୀଙ୍କୁ ମଧ୍ୟ ଅନ୍ଫଲୋ କରିଛନ୍ତି । ଏପରିକି ରାହୁଲଙ୍କ ପୋଷା କୁକୁରର ସୋସିଆଲ ମିଡିଆକୁ ପେଜ୍କୁ ମଧ୍ୟ ଶ୍ରଦ୍ଧା ଅନ୍ଫଲୋ କରିଛନ୍ତି । […]
ସ୍ତ୍ରୀ ଫେମ୍ ଶ୍ରଦ୍ଧା କପୁର ଗତ କିଛିଦିନ ହେବ ନିଜ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ତେବେ ବର୍ତ୍ତମାନ ନିଜର ବ୍ରେକଅପ୍କୁ ନେଇ ଶ୍ରଦ୍ଧା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସୋସିଆଲ ମିଡିଆରେ ଶ୍ରଦ୍ଧା ନିଜ ବୟଫ୍ରେଣ୍ଡ୍ ରାହୁଲଙ୍କୁ ଅନ୍ଫଲୋ କରିଦେଇଛନ୍ତି । କେବଳ ରାହୁଲ ନୁହେଁ ଶ୍ରଦ୍ଧା ତାଙ୍କ ଭଉଣୀଙ୍କୁ ମଧ୍ୟ ଅନ୍ଫଲୋ କରିଛନ୍ତି । ଏପରିକି ରାହୁଲଙ୍କ ପୋଷା କୁକୁରର ସୋସିଆଲ ମିଡିଆକୁ ପେଜ୍କୁ ମଧ୍ୟ ଶ୍ରଦ୍ଧା ଅନ୍ଫଲୋ କରିଛନ୍ତି । ହେଲେ ରାହୁଲ୍ କିନ୍ତୁ ଶ୍ରଦ୍ଧାଙ୍କୁ ଫଲୋ କରୁଥିବାର ଦେଖିବାକୁ ମିଳିଛି । ତେବେ ଫ୍ୟାନମାନେ ଚର୍ଚ୍ଚା କରୁଛନ୍ତି କି ଶ୍ରଦ୍ଧା ଓ ରାହୁଲଙ୍କର ବ୍ରେକ୍ଅପ୍ ହୋଇସାରିଛି । ତେବେ ଏହି ବ୍ରେକଅପ୍ ଏତେ ଜଲଦି ହେବ ବୋଲି କେହି କଳ୍ପନା କରିନଥିଲେ । ତେଣୁ କେହିକେହି ଏହାକୁ ଶ୍ରଦ୍ଧା କପୁରଙ୍କ ପବ୍ଲିସିଟି ଷ୍ଟଣ୍ଟ ବୋଲି ମତ ଦେଉଛନ୍ତି । କିଛି ଦିନ ତଳେ ହିଁ ଶ୍ରଦ୍ଧା ଏକ ଫଟୋ ଅପଲୋଡ କରିଥିଲେ ଯେଉଁଥିରେ ସେ ଆର୍ ଲେଟରର ପେଣ୍ଡେଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ତେଣୁ ଏତେ ଜଲଦି କେଉଁ କାରଣ ପାଇଁ ବ୍ରେକଅପ ହେଲା ତାହା କେହି ବୁଝି ପାରୁ ନାହାନ୍ତି । ତେଣୁ ଏହାକୁ ମିଛ ବୋଲି କେତେଜଣ ମତ ଦେଉଛନ୍ତି ।




