ତିନିବର୍ଷ ପରେ ବ୍ରେକଅପ
ବଲିଉଡ୍ ଅଭିନେତା ଇବ୍ରାହିମ୍ ଅଲୀ ଖାନ୍ ଏବଂ ଅଭିନେତ୍ରୀ ପଲକ ତିୱାରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ହେଲେ ପ୍ରାୟ ତିନି ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟଙ୍କର ବ୍ରେକଅପ ହୋଇଥିବାନେଇ ଆଲୋଚନା ହେଉଛି । ଏକ ରିପୋର୍ଟ ଅନୁଯାୟୀ, ଦୁହେଁ ଆପୋଷ ସହମତିରେ ନିଜ ସମ୍ପର୍କର ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଇବ୍ରାହିମଙ୍କ ପଟୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିବା କଥାନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଏହି ବ୍ରେକଅପର ପ୍ରଭାବ ସେମାନଙ୍କ ପ୍ରଫେସନାଲ ଲାଇଫ ଉପରେ ମଧ୍ୟ ପଡିଥିବା ଦେଖିବାକୁ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ, ସୈଫ୍ ଅଲୀ ଖାନ୍ଙ୍କ ପୁଅ ଇବ୍ରାହିମ୍ ଏବଂ ଶ୍ୱେତା ତିୱାରୀଙ୍କ ଝିଅ ପଲକଙ୍କ ମଧ୍ୟରେ ୨୦୨୨ ମସିହାରେ ମୁମ୍ବାଇର ଏକ ରେସ୍ତୋରାଁରୁ ଏକାଠି ବାହାରିବା ପରଠାରୁ ଡେଟିଂ ଖବର ଚର୍ଚ୍ଚାକୁ ଆସିଥିଲା । ତେବେ ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କ ଓ ବର୍ତ୍ତମାନର ବିଚ୍ଛେଦକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲେ ହେଁ, ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦିଆଯାଇନାହିଁ ।




