ବଲିଉଡର ମଜାକ
ଭୋଜପୁରୀ ଅଭିନେତ୍ରୀ ଆମ୍ରପାଲି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି, ନିକଟରେ ସେ ବଲିଉଡ ହିରୋଇନକୁ ନେଇ ଦେଇଥିବା ବୟାନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ରିଆଲିଟି ସୋ 'ଭୋଜପୁରୀ ବବାଲ'ର ସେଟରେ ଅଭିନେତ୍ରୀ ଆମ୍ରପାଲି ଦୁବେ, ରାନୀ ଚାଟାର୍ଜୀ ଓ ସେମାନଙ୍କ ସାଥୀ ଅଭିନେତ୍ରୀ ବଲିଉଡ୍ ଅଭିନେତ୍ରୀମାନଙ୍କ ପ୍ଲାଷ୍ଟିକ ସର୍ଜରୀ, ବୋଟକ୍ସ ଓ ଲିପ୍ ଫିଲର୍ସକୁ ନେଇ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି । ମେକଅପ୍ ରୁମ୍ରେ କଥାବାର୍ତ୍ତା ସମୟରେ ରାନୀ ଓ ଆମ୍ରପାଲି ଦାବି କରିଛନ୍ତି ଯେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ସବୁକିଛି ଶହେ ପ୍ରତିଶତ ପ୍ରାକୃତିକ, ଯେତେବେଳେ କି ବଲିଉଡ୍ରେ କାମ କରିବା ପାଇଁ ବୋଟକ୍ସ ଓ ଚେହେରା ବଦଳାଇବା ପାଇଁ ସର୍ଜରୀ କରାଇବାକୁ ପଡ଼ିଥାଏ । ବଲିଉଡ୍ ତାରକାମାନଙ୍କ କୃତ୍ରିମ ଆକ୍ସେଣ୍ଟ ଓ ଓଠର ସର୍ଜରୀକୁ ନେଇ ମଜାକ ଉଡାଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ମନୀଷା ରାନୀ ଓ କୃଷ୍ଣା ଅଭିଷେକଙ୍କ ସଞ୍ଚାଳନାରେ ପ୍ରସ୍ତୁତ ଭୋଜପୁରୀର ପ୍ରଥମ ରିଆଲିଟି ସୋ 'ଭୋଜପୁରୀ ବବାଲ' ଆସନ୍ତା ଅଗଷ୍ଟ ୨ ରୁ ଜିଓ ହଟଷ୍ଟାରରେ ପ୍ରସାରିତ ହେବାକୁ ଯାଉଛି । ଯେଉଁଥିରେ ପବନ ସିଂହ, ନିରହୁଆ, ଆମ୍ରପାଲି, କାଜଲ ରାଘୱାନୀ ଏବଂ ତେଜ ପ୍ରତାପ ଯାଦବଙ୍କ ଭଳି ଜଣାଶୁଣା ଚେହେରାମାନଙ୍କୁ ଏକାଠି ଦେଖିବାକୁ ମିଳିବ ।




