ସାଉଥ୍ ପରେ ଏବେ ବଲିଉଡରେ ଏଣ୍ଟ୍ରି କରିବେ ସାମନ୍ଥା
ମୁମ୍ବାଇ: ଜୁଲାଇ ୦୬: ସାଉଥ ଫିଲ୍ମ ପରେ ଏବେ ବଲିଉଡରେ ଏଣ୍ଟ୍ରି କରିବେ ସାମନ୍ଥା । ଦର୍ଶକ ଦେଖିବେ ନାୟିକାଙ୍କ ନିଖୁଣ ଅଭିନୟ ସାଙ୍ଗକୁ ଦମଦାର ଡ୍ୟାନ୍ସ । ଖୁବଶୀଘ୍ର କାଷ୍ଟିଂ ସହ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ । ତଥ୍ୟ ଅନୁଯାୟୀ, ସାଉଥ୍ ସୁନ୍ଦରୀ ସାମନ୍ଥା ଖୁବ ଶୀଘ୍ର ବଲିଉଡରେ ନିଜର ଡେବ୍ୟୁ କରିବେ । ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ । ଏହି ଫିଲ୍ମ ପାଇଁ […]
ମୁମ୍ବାଇ: ଜୁଲାଇ ୦୬: ସାଉଥ ଫିଲ୍ମ ପରେ ଏବେ ବଲିଉଡରେ ଏଣ୍ଟ୍ରି କରିବେ ସାମନ୍ଥା । ଦର୍ଶକ ଦେଖିବେ ନାୟିକାଙ୍କ ନିଖୁଣ ଅଭିନୟ ସାଙ୍ଗକୁ ଦମଦାର ଡ୍ୟାନ୍ସ । ଖୁବଶୀଘ୍ର କାଷ୍ଟିଂ ସହ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ । ତଥ୍ୟ ଅନୁଯାୟୀ, ସାଉଥ୍ ସୁନ୍ଦରୀ ସାମନ୍ଥା ଖୁବ ଶୀଘ୍ର ବଲିଉଡରେ ନିଜର ଡେବ୍ୟୁ କରିବେ । ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ । ଏହି ଫିଲ୍ମ ପାଇଁ ସାମନ୍ଥା ମଧ୍ୟ ସାଇନ୍ କରିଦେଇଛନ୍ତି । ଫିଲ୍ମ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଖୁବ୍ କମ୍ ଦିନ ମଧ୍ୟରେ ନିର୍ମାତା ଫିଲ୍ମର ଘୋଷଣା ମଧ୍ୟ କରିପାରନ୍ତି । ତେବେ ସାମନ୍ଥାଙ୍କର ଏହି ଡେବ୍ୟୁ ଫିଲ୍ମର ପ୍ରୟୋଜନା ଦାୟିତ୍ୱ ସମ୍ଭାଳିବେ ଦିନେଶ ବିଜନ । ଚଳିତ ବର୍ଷରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ୨୦୨୩ରେ ରିଲିଜ୍ ପାଇଁ ଟାର୍ଗେଟ ରଖାଯାଇଛି । ସାମନ୍ଥା ଓ ଆୟୁଷ୍ମାନଙ୍କ ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି । ଏହି ଫିଲ୍ମଟି କମେଡି ଓ ସସ୍ପେନ୍ସରେ ଭରା ହେବ ବୋଲି ସୂଚନା ମିଳିଛି । ସେହିପରି ସାମନ୍ଥା ନିଜର ଡେବ୍ୟୁ ଫିଲ୍ମ ନେଇ ବ୍ୟସ୍ତ ଥିବା ବେଳେ ଆଉ ଏକ ଫିଲ୍ମ ପାଇଁ ମଧ୍ୟ ସାଇନ୍ କରିଛନ୍ତି । ଯାହାର ସୁଟିଂ ୨୦୨୩ରେ ଆରମ୍ଭ ହେବାକୁ ଯାଉଛି । କରଣ ଜୋହାରଙ୍କ ଆଗାମୀ ଫିଲ୍ମରେ ସାମନ୍ଥା, ଖିଲାଡି କୁମାରଙ୍କ ସହ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରୟୋଜନା ସଂସ୍ଥା କିମ୍ବା ସାମନ୍ଥାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।




