ବିଏମଡବ୍ଲୁର ବ୍ରାଣ୍ଡ ଆମ୍ବାସଡର ରଣବୀର

ବିଏମଡବ୍ଲୁର ବ୍ରାଣ୍ଡ ଆମ୍ବାସଡର ରଣବୀର
Ipsita Picture
By: Ipsita
Published On

 

ଜର୍ମାନ ବିଳାସପୂର୍ଣ୍ଣ କାର୍ ନିର୍ମାତା ବିଏମଡବ୍ଲୁ ଇଣ୍ଡିଆ ଶୁକ୍ରବାର ନୂଆଦିଲ୍ଲୀରେ ନିଜର ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଉନ୍ମୋଚନ କରିଛି । ଏହାସହ କମ୍ପାନୀ ବଲିଉଡ୍ ତାରକା ରଣବୀର ସିଂହଙ୍କୁ କମ୍ପାନୀର ନୂଆ ବ୍ରାଣ୍ଡ ଆମ୍ବାସାଡର ଭାବେ ମଧ୍ୟ ଘୋଷଣା କରିଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ରଣବୀର ୭ ସିରିଜ୍ର ନୂଆ କାର୍ଗୁଡ଼ିକର ଅନାବରଣ କରିଥିବା ଦେଖିବାକୁ ମିଳିଥିଲା । ଭାରତରେ ଏହି ସିରିଜ୍ ପେଟ୍ରୋଲ୍ ଏବଂ ସମ୍ପୂର୍ଣ୍ଣ ବୈଦ୍ୟୁତିକ ପାୱାରଟ୍ରେନ୍ବିକଳ୍ପ ସହ ଉପଲବ୍ଧ ହେବ । ଯେଉଁଥିରେ ସବୁଠାରୁ ଭଲ ମୋଡେଲ୍ ବିଏମଡବ୍ଲୁ ଆଇ ୭ ଏମ୭୦ ମଧ୍ୟ ସାମିଲ ରହିଛି । ବିଏମଡବ୍ଲୁ ଡିଲରସିପ୍ଗୁଡ଼ିକରେ ଏବେ ବୁକିଂ ଆରମ୍ଭ ହୋଇସାରିଥିବା ବେଳେ ଅକ୍ଟୋବର ୨୦୨୬ରୁ ଗାଡ଼ି ଯୋଗାଣ ଆରମ୍ଭ ହେବ । ଉଲ୍ଲେଖଯୋଗ୍ୟ ଯେ, ନିଜର ବିଳାସପୂର୍ଣ୍ଣ ଗାଡ଼ି ସଉକ ପାଇଁ ଜଣାଶୁଣା ରଣବୀର ସିଂହ ଏହା ପୂର୍ବରୁ ସ୍କୋଡା ଅଟୋ ଇଣ୍ଡିଆର 'ବ୍ରାଣ୍ଡ୍ ସୁପରଷ୍ଟାର୍' ଏବଂ ୨୦୧୪ରୁ ମାରୁତି ସୁଜୁକି ନେକ୍ସା ସିଆଜ୍ର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରିସାରିଛନ୍ତି । ସେହିଭଳି ବଲିଉଡରେ ଶାହରୁଖ ଖାନ୍ ହ୍ୟୁଣ୍ଡାଇ, ଭିକ୍କି କୌଶଲ ଟାଟା ଇଭି, କାର୍ତ୍ତିକ ଆରିଅନ ମାରୁତି ବ୍ରେଜା, ରଣବୀର କପୁର ରେନୋ ଇଣ୍ଡିଆ ଏବଂ ଆୟୁଷ୍ମାନ ଖୁରାନା ଟୋୟୋଟା ଇଣ୍ଡିଆଙ୍କ ପରି ଅନେକ ପ୍ରମୁଖ ତାରକା ମଧ୍ୟ ବିଭିନ୍ନ ଅଟୋମୋବାଇଲ୍ ବ୍ରାଣ୍ଡ୍ସହ ଜଡ଼ିତ ରହିଛନ୍ତି ।

Tags: