ଯାହା ହେଲା ଭଲ ହେଲାନି

ଯାହା ହେଲା ଭଲ ହେଲାନି
Ipsita Picture
By: Ipsita


ବିଗ୍‌ବସ ୧୯ରେ ମୃଦୁଲ ନିଜର ଦେଶୀ ଅନ୍ଦାଜ ସାଦାସିଧା ଗୁଣ ପାଇଁ ଦର୍ଶକଙ୍କ ଭିତରେ ଖୁବ ଚର୍ଚ୍ଚା ସାଉଁଟିଥିଲେ । ତାଙ୍କର ଫ୍ୟାନଫଲୋଇଁ ମଧ୍ୟ ଖୁବ ଅଧିକ ରହିଥିଲା । ହେଲେ ହଠାତ୍‌ ତାଙ୍କୁ ମିଡ ଓ୍ୱିକ୍‌ ଏଭିକସନ୍‌ରେ ଘରୁ ବାହାର କରାଯାଇଛି, ଯାହାକୁ ଫ୍ୟାନମାନେ ଗ୍ରହଣ କରିପାରିନାହାନ୍ତି । ଘରୁ ବାହାରିବାପରେ ମୃଦୁଲଙ୍କର ଏକ ସାକ୍ଷାତକାର ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବିଗବସ ଉପରେ ନିଜର ରାଗ ଝାଡିଥିବା ଦେଖିବାକୁ ମିଳିଛି । ସେହିଭଳି ମିଡ଼ ଓ୍ୱିକ୍‌ ଏଭିକସନ୍‌କୁ ମୃଦୁଲ ଅନଫେୟାର କହିବା ସହିତ ତାଙ୍କ ସହିତ ଯାହାହେଲା ଭଲ ହେଲା ନାହିଁ ବୋଲି ମତ ଦେଇଛନ୍ତି । ସେହିଭଳି ଫ୍ୟାନଙ୍କ ପାଇଁ ମଧ୍ୟ ସେ ଖୁବ ଦୁଃଖିତ ହୋଇଛନ୍ତି । କାରଣ ସେମାନେ ବାହାରେ ତାଙ୍କୁ ଖୁବ ସପୋର୍ଟ କରିଛନ୍ତି । ସେହିଭଳି ନିଜ ପ୍ରକ୍ରିୟା ଯେଉଁଥିରେ ତାଙ୍କୁ ବିଗବସରୁ ବାହାର କରାଯାଇଛି ତାହାକୁ ମଧ୍ୟ ପସନ୍ଦ କରିନାହାନ୍ତି ମୃଦୁଲ । ସେହିଭଳି ତାଙ୍କ ଫ୍ୟାନଙ୍କ ପାଇଁ ତାଙ୍କୁ ଖୁବ ଖରାପ ଲାଗୁଥିବା ସେ ପ୍ରକାଶ କରିଛନ୍ତି । ଖୁବଜଲଦି ସେ ନିଜ ଫ୍ୟାନଙ୍କୁ ଭେଟିବାକୁ ଚାହୁଁଥିବା ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

Read More ମହାରାଣୀଙ୍କ କମବ୍ୟାକ

Tags: